Latest Odisha News

ବାତ୍ୟା ‘ରେମାଲ’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି: ବାଂଲାଦେଶରେ ୧୦ ଓ ବଙ୍ଗଳାରେ ୨ ମୃତ

କୋଲକାତା: ବାତ୍ୟା ‘ରେମାଲ’ ପ୍ରଭାବରେ ବାଂଲାଦେଶରେ ବାତ୍ୟା ‘ରେମାଲ’ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବାତ୍ୟା ସମୟରେ ଭାଙ୍ଗି ଯାଇଛି ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଘର। ସେହିପରି ୩୫ ହଜାରରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୧୦ ଅନ୍ତର୍ଜାତୀୟ ଉଡ଼ାଣ ବାତିଲ୍ କରାଯାଇଛି। ସେହିପରି ବାତ୍ୟା ଯୋଗୁଁ ବାଂଲାଦେଶରେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା।

ଅନ୍ୟପଟେ ବାତ୍ୟା ‘ରେମାଲ’ ପ୍ରଭାବରେ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ହସ୍ତଗତ ହୋଇଛି। ବାତ୍ୟା ସମୟରେ କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗଛ ପଡ଼ି ଅନ୍ୟ ଜଣଙ୍କର ପ୍ରାଣହାନୀ ହୋଇଛି। ସୁନ୍ଦରବନରେ ମାଡ଼ ହେବା ସମୟରେ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି। ସେପଟେ ବାତ୍ୟା ପ୍ରଭାବ ଦୁର୍ବଳ ହେବା ପରେ କୋଲକାତାରେ ବିମାନ ସେବା ପୁନଃ ଆରମ୍ଭ ହୋଇଛି।

ବାଂଲାଦେଶର ବ୍ୟାପକ ଅଞ୍ଚଳରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି। ଏଥିଯୋଗୁ ୧୫ ନିୟୁତ ଲୋକ ପ୍ରଭାବିତ ହୋଇଛନ୍ତି। ସୋମବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି‌ ରେମାଲ୍‌ ଦୁର୍ବଳ ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାତ୍ୟା ପରିସ୍ଥିତିର ସମୀକ୍ଷା କରିବା ସହିତ ଏହା ରାଜ୍ୟରେ ବ୍ୟାପକ କ୍ଷତି କରିଛି ବୋଲି କହିଛନ୍ତି। ୨୪ଟି ବ୍ଲକ ଏବଂ ୭୯ଟି ମ୍ୟୁନିସିପାଲିଟି ୱାର୍ଡରେ ଅତିକମ୍‌ରେ ୧୫ ହଜାର ଘର ଭାଙ୍ଗିଛି। ଏହା ମୁଖ୍ୟତଃ ପଶ୍ଚିମବଙ୍ଗର ଦକ୍ଷିଣ ଉପକୂଳ ଅଞ୍ଚଳରେ ଅଧିକ କ୍ଷତି ଘଟାଇଛି। ୨ ଲକ୍ଷ ୭ ହଜାର ଲୋକଙ୍କୁ ୧୪୩୮ଟି ନିରାପଦ ଆଶ୍ରୟସ୍ଥଳକୁ ନିଆଯାଇଛି।

Comments are closed.