Latest Odisha News

BREAKING NEWS

ଆଗାମୀ ୬ ମାସରେ ଓଡ଼ିଶା ରାଜନୀତିରେ ବଡ଼ ଭୂମିକମ୍ପ ହେବ:ମୋଦି

କେନ୍ଦ୍ରାପଡ଼ା :କେନ୍ଦ୍ରାପଡ଼ା ସଭାରେ ବିଜେଡ଼ିକୁ ପ୍ରଧାନମନ୍ତ୍ରୀ ମୋଦି ଶାଣିତ ଆକ୍ରମଣ କରିଛନ୍ତି । ଆଗାମୀ ୬ ମାସରେ ଓଡ଼ିଶା ରାଜନୀତିରେ ବଡ଼ ଭୂମିକମ୍ପ ସୃଷ୍ଟି ହେବ। ବିଜେଡି ରାଜନୀତିରେ ବଡ଼ ବିସ୍ଫୋରଣ ହେବା ଆମେ ଦେଖିବା । ପକ୍କା ଘର ଦେବା ନାଁରେ ବିଜେଡି ବହୁତ ବଡ଼ ଘୋଟାଲା କରିଛି  ।କବ୍‌ଜାକାରୀ ଗୋଷ୍ଠୀରୁ ମୁକ୍ତି ଚାହୁଁଛି ଓଡ଼ିଶା । ଏମିତି କିଛଇ କହି ବିଜେଡି ସରକାର ଉପରେ ବର୍ଷିଛନ୍ତି ମୋଦି ।

୪ ଜୁନ୍‌ ପରେ ଓଡିଶା ବିକାଶର ଏକ  ନୂଆ ରାସ୍ତାରେ ଚାଲିବ । ଆପଣ ସମସ୍ତଙ୍କଠାରୁ ଆଶୀର୍ବାଦ ନେବାକୁ ଆସିଛି ବୋଲି କହିଛନ୍ତି ମୋଦି ।  ଜୁନ୍‌ ୧୦ ପାଇଁ ନିମନ୍ତ୍ରଣ ଦେବାକୁ ମୁଁ ଏଠାକୁ ଆସିଛି । ୧୦ ଜୁନ୍‌ରେ ବିଜେପିର ମୁଖ୍ୟମନ୍ତ୍ରୀ ଶପଥ ନେବେ ଓଡିଶାରେ  ।ବିଜେପି ମୁଖ୍ୟମନ୍ତ୍ରୀ ଆଉ କେହି ନୁହେଁ ଏହି ମାଟିର ପୁଅ କିମ୍ବା ଝିଅ ହେବେ । ଓଡ଼ିଶା ଏଥର ଚାହୁଁଛି ଡବଲ ଇଂଜିନ ସରକାର ।

ମୋଦି କହିଛନ୍ତି ,ବିଜେପି ଆସିଲେ ଆଗାମୀ ୬ ମାସ ମଧ୍ୟରେ ଦେଶରେ ଯେତେ  ପରିବାରବାଦୀ ପାର୍ଟି ଅଛି ସବୁ ଭାଙ୍ଗିଯିବ ।ଆଗାମୀ ୫ ବର୍ଷ ଦ୍ରୁତ ବିକାଶ, ଭବ୍ୟ ନିର୍ମାଣର ବର୍ଷ ହେବ । ୪ ଜୁନ୍‌ ପର ୬ ମାସ ଦେଶ ବିକାଶର ନୂଆ ଗତି ଧରିବ । ଓଡ଼ିଶାର ସର୍ବାଙ୍ଗିନ ବିକାଶ ପାଇଁ ମୁଁ ପ୍ରତିଶ୍ରୁତି ବଦ୍ଧ ଅଛି କହିଲେ ମୋଦି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ୨୫ ବର୍ଷ ପରେ ଲୋକ ପରିବର୍ତ୍ତନ ପାଇଁ ଭୋଟ କରିଛନ୍ତି । ଓଡିଶାରେ ଦାଦନ ସରକାର ହଟାଇବା ପାଇଁ ଓଡ଼ିଶା ଭୋଟ କରିଛି  । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଲୁଟେରାଙ୍କୁ ହଟାଇବାକୁ ଓଡ଼ିଶା ଭୋଟ୍‌ ଦେଇଛି । ବିଜେପି ଆସିଲେ ମହାପ୍ରଭୁଙ୍କ ଶ୍ରୀମନ୍ଦିର ୪ ଦ୍ବାର ଖୋଲିବ ବୋଲି  କେନ୍ଦ୍ରାପଡ଼ା ସଭାରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସେ ଆହୁରି କହିଛନ୍ତି,ଆଗାମୀ ୬ ମାସରେ ଓଡ଼ିଶା ରାଜନୀତିରେ ବଡ଼ ଭୂମିକମ୍ପ ସୃଷ୍ଟି ହେବ। ଓଡ଼ିଶାରେ ବିଜେପି ପାଇଁ ଲୋକ ବମ୍ପର ଭୋଟିଂ କରିଛନ୍ତି  କହିଲେ ମୋଦି ।

ପକ୍କା ଘର ଦେବା ନାଁରେ ବିଜେଡି ବହୁତ ବଡ଼ ଘୋଟାଲା କରିଛି । ପକ୍କା ଘର ମିଳିବାକୁ ଲୋକ ଏଥର ବିଜେପିକୁ ଭୋଟ ଦେଇଛନ୍ତି। ମୋଦି ଆପଣଙ୍କୁ ପକ୍କା ଘର ଦେବ । ଓଡ଼ିଶାରେ ପାଣି ଅଛି, ଚାଷୀର ଜମି କିନ୍ତୁ ଶୁଖିଲା ପଡ଼ିଛି । ଏହି ଅବସ୍ଥା ବଦଳାଇବା ପାଇଁ ଓଡ଼ିଶା ବିଜେପିକୁ ଭୋଟ ଦେଇଛି । ଓଡ଼ିଶାରେ ପ୍ରଥମ ଥର ପାଇଁ ହେବ ଡବଲ ଇଂଜିନ ସରକାର ।

ସେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।ସେ କହିଛନ୍ତି, ଅଚାନକ କେମିତି ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲା, ଯାଞ୍ଚ କରାଯାଇ ସବୁ ସତକଥା ଲୋକଙ୍କ ସାମ୍ନାକୁ ଅଣାଯିବ  ।ନବୀନଙ୍କ ନାଁରେ କ୍ଷମତା ଉପଭୋଗ କରୁଥିବା ଲୋକର ହାତ ଅଛି କି?  ।ଏହି ଆଶଙ୍କାକୁ ନେଇ ବିଜେପି ବହୁତ ଚିନ୍ତିତ ଅଛି  ।ଏହା ଉପରୁ ପରଦା ହଟିବାର ଆବଶ୍ୟକତା ରହିଛି  ।ବିଜେପି ସରକାର ଆସିଲେ ସ୍ପେଶାଲ କମିଟି ଗଠନ କରାଯିବ ସବୁ ସତ ବାହାରକୁ ଆସିବ କହିଛନ୍ତି ମୋଦି ।ସେହିପରି ଏଥର ବୈଜୟନ୍ତଙ୍କୁ ରେକର୍ଡ ଭୋଟରେ ବିଜୟୀ କରାନ୍ତୁ ବୋଲି ଭୋଟରଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

Comments are closed.