Latest Odisha News

ଓଡ଼ିଶା ଦେଉଛି ଭୋଟ୍: ସକାଳ ୧୧ ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟିଂ

ଭୁବନେଶ୍ବର: ଓଡ଼ିଶା ଦେଉଛି ଭୋଟ୍ । ଆଜି ରାଜ୍ୟରେ ଜାରି ରହିଛି ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ । ସକାଳ ୧୧ ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟିଂ ହୋଇଛି । ଏହାରି ଭିତରେ କେନ୍ଦ୍ରାପଡ଼ାରେ ସର୍ବାଧିକ ୨୨.୩୯ ପ୍ରତିଶତ ମତଦାନ ରେକର୍ଡ ହୋଇଛି ।

ସେହିପରି ଭଦ୍ରକରେ ୧୯.୪୬ ପ୍ରତିଶତ, ଜଗତସିଂହପୁରରେ ୨୨.୭୬ ପ୍ରତିଶତ, ବାଲେଶ୍ୱରରେ ୨୭.୮୪ ପ୍ରତିଶତ ମତଦାନ ଗ୍ରହଣ ହୋଇଥିବା ବେଳେ  ମୟୂରଭଂଜରେ ୨୨.୪୬ ପ୍ରତିଶତ, ଯାଜପୁରରେ ୧୯.୨୪ ପ୍ରତିଶତ ଭୋଟିଂ ରେକର୍ଡ  କରାଯାଇଛି ।

ରାଜ୍ୟରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ । ୬ ଲୋକସଭା ଓ ୪୨ ବିଧାନସଭାରେ ମତଦାନ ଜୋରଦାର ଚାଲିଛି ।  ନିଜର ମନ ପସନ୍ଦ ନେତା ବାଛୁଛନ୍ତି ଜନତା । ସକାଳ ୭ରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି ।

ଏହାରି ଭିତରେ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ମଧ୍ୟ ହେଉଛି । ସକାଳୁ ସବୁ ବୁଥରେ ଲମ୍ବା ଧାଡି ଲାଗିଛି । ଏହି ପର୍ଯ୍ୟାୟରେ ମୋଟ୍ ୧୦ ହଜାର ୮୮୨ ବୁଥ୍ କରାଯାଇଛି।

ଏଥିମଧ୍ୟରୁ କେବଳ ୧୪୦୦ ବୁଥ ମହିଳାଙ୍କ ଦ୍ବାରା ପରିଚାଳିତ ହେଉଛି  । ୨୧ ପ୍ରତିଶତ ବୁଥ ସମ୍ବେଦନଶୀଳ ଅଟେ । ସୁରକ୍ଷାକୁ ଦୃଷ୍ଟିରେ ରଖି ୩୬ ହଜାର ପୋଲିସ ଓ ୧୨୬ କଂପାନୀ କେନ୍ଦ୍ରୀୟ ଫୋର୍ସ,୮୬ ପ୍ଲାଟୁନ ଆର୍ମ ପୋଲିସ ଫୋର୍ସ ସହ ୨୦ ହଜାର ୫ଶହ ସିଭିଲ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ସେହିପରି ଆଜି ଦେଶରେ ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଆଜି ୭ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟିଂ ଚାଲିଛି । ମୋଟ ୫୭ଟି ଆସନରେ ଆରମ୍ଭ ହୋଇଛି ମତଦାନ  ।

Comments are closed.