ବିଷମ କଟକରେ : ହୁତୁହୁତୁ ହୋଇ ଜଳିଲା, ମିନିଟ ଭିତରେ ଜଳି ପୋଡି ପାଉଁଶ | ଏଭଳି କିଛି ଘଟଣା ଘଟିଛି ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ବିଜୁ ପଟ୍ଟନାୟକ ବସଷ୍ଟାଣ୍ଡରେ | ଛିଡା ଛିଡା ଜଳିଗଲା ୪ ବସ|
ସୂଚନା ଅନୁଯାୟୀ, ବିଜୁ ପଟ୍ଟନାୟକ ବସଷ୍ଟାଣ୍ଡରେ ଜଣେ ମାଲିକଙ୍କର ୬ ଟି ବସ ରହିଥିଲା | ସେଥୁରୁ ୪ ଟି ବସ ଜଳି ପୋଡି ପାଉଁଶ ହୋଇଯାଇଛି | ଗାଡ଼ି ନଂ ଓଆର୍ ୦୮ ଏଚ୍ ୦୪୨୧, ଓଡି ୧୮ ୧୩୫୯ଏବଂ ଓଡି ୦୨ ଏସ୍ ୫୦୩୩ ଆଂଶିକ ଜଳିଥିବା ବେଳେ ଆଉ ଏକ ଗାଡି ସଂପୂର୍ଣ୍ଣ ଜଳିଥିବା କାରଣରୁ ଏହାର ନମ୍ବର ଜଣାପଡ଼ିପାରିନାହିଁ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଂଚିଥିଲେ ମଧ୍ୟ ନିଆଁ ଏତେ ଜୋରରେ ଲାଗିଥିଲା ଯେ ଏହାକୁ ଆୟତ କରାଯାଇ ପାରିନଥିଲା | ତେବେ କେଉଁ କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଥିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଘଟଣାସ୍ଥଳରେ ବିଷମ କଟକ ପୋଲିସ ପହଂଚି ଅଧିକ ତଦନ୍ତ ଆରମ୍ଭ କରିଛି |
BREAKING NEWS
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
- ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….
- ପ୍ରଥମ ଥର ଆସିଲା ତିନି ଥର ମୋଡ଼ି ହେଉଥିବା ଫୋନ୍, ଦୁଇଟି ସେଲ୍ଫି କ୍ୟାମେରା ସହ ଦୁଇଟି ଡିସ୍ପ୍ଲେ
- ରାଜ୍ୟରେ ପ୍ରଶାସନିକ ଏବଂ ଶାସନ ସଂସ୍କାର କମିଟି ଗଠିତ; ନଜର ରଖିବେ ୫…
- କେଉଁ T20 ଲିଗ୍ ମ୍ୟାଚ୍ରେ ଖେଳାଳିଙ୍କୁ ମିଳିଥାଏ ଅଧିକ ଟଙ୍କା, କେତେ ନମ୍ୱରରେ ଆସିଥାଏ IPL ?
- ଅଚ୍ୟୁତ ସାମନ୍ତଙ୍କ ପୁସ୍ତକ ‘ମୋ ମା ମୋ ପ୍ରେରଣା’ ଉନ୍ମୋଚିତ
- ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ…
- Escape System: ଡିଆରଡିଓର ଲଢ଼ୁଆ ବିମାନ ଏସ୍କେପ୍ ସିଷ୍ଟମର ସଫଳ ପରୀକ୍ଷଣ
- ବିଶ୍ୱ ମହିଳା ଟିସ ଚେସ ଚାମ୍ପିୟନଶିପ: ପଦ୍ମିନୀଙ୍କୁ ବ୍ରୋଞ୍ଜ
Comments are closed.