Latest Odisha News

ଚାଲିଛି ଶେଷ ପର୍ଯ୍ୟାୟ ମତଦାନ: ଦିନ ୩ଟା ସୁଦ୍ଧା ରାଜ୍ୟରେ ୪୯.୭୭ ପ୍ରତିଶତ ଭୋଟିଂ

ଭୁବନେଶ୍ବର: ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ । ଦିନ ୩ଟା ସୁଦ୍ଧା ୪୯.୭୭ ପ୍ରତିଶତ ଭୋଟିଂ ହୋଇଛି ।

ବାଲେଶ୍ୱରରେ ୫୪.୦୪ ପ୍ରତିଶତ ମତଦାନ ହୋଇଥିବାବେଳେ ଭଦ୍ରକରେ ୪୬.୩୩%, ଜଗତସିଂପୁରରେ ୫୨.୫୨ ପ୍ରତିଶତ, ଯାଜପୁରରେ ୪୮.୮୦ ପ୍ରତିଶତ, କେନ୍ଦ୍ରାପଡାରେ ୪୬.୪୬ ପ୍ରତିଶତ, ମୟୂରଭଞ୍ଜରେ ୫୧.୦୩ ପ୍ରତିଶତ ମତଦାନ ହୋଇଛି ।

ତେବେ ସର୍ବାଧିକ ଭୋଟିଂ ବାଲେଶ୍ୱରରେ ହୋଇଥିବା ବେଳେ ଭଦ୍ରକରେ ସର୍ବନିମ୍ନ ରହିଛି । ୬ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୪୨ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟ୍ ଦେଇ ନିଜ ପ୍ରତିନିଧି ବାଛୁଛନ୍ତି ଭୋଟର । ୪୬୦ ନେତାଙ୍କର ଭାଗ୍ୟ ଇଭିଏମ୍ ରେ ହେବ ସିଲ୍ । ଜୁନ୍ ୪ ତାରିଖରେ ପ୍ରକାଶ ପାଇବ ନିର୍ବାଚନୀ ଫଳାଫଳ ।

Comments are closed.