ପ୍ୟାରିସ: ଚଳିତ ଫ୍ରେଂଚ ଓପନ ଅବସରରେ ସର୍ବିୟାର ଷ୍ଟାର ଟେନିସ ଖେଳାଳି ନୋଭାକ ଜୋକୋଭିଚ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଗ୍ରାଣ୍ଡସ୍ଲାମ ଟେନିସରେ ସେ ୩୬୯ତମ ବିଜୟ ହାସଲ କରି ରୋଜର ଫେଡେରରଙ୍କ ରେକର୍ଡ ସହ ସମକକ୍ଷ ହୋଇଛନ୍ତି । ତୃତୀୟ ରାଉଣ୍ଡର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଜୋକୋଭିଚ ଇଟାଲୀର ଲୋରେଂଜୋ ମୁସେଟୀଙ୍କୁ ୭-୫, ୬-୭(୬), ୨-୬, ୬-୩ ଓ ୬-୦ ସେଟରେ ପରାସ୍ତ କରିଥିଲେ । ପ୍ରଥମ ସେଟରେ ଜୋକୋଭିଚ ଜିତିବା ପରେ ମୁସେଟୀ କ୍ରମାଗତ ୨ଟି ସେଟ ଜିତି ୨-୧ରେ ଅଗ୍ରଣୀ ହୋଇଥିଲେ । ଏହା ପରେ ସର୍ବିୟା ଷ୍ଟାର କ୍ରମାଗତ ୨ଟି ସେଟ ଜିତି ମ୍ୟାଚରେ ବିଜୟୀ ହୋଇଥିଲେ । ଜୋକୋଚିଭ ଓପନ ଏରାରେ ୨୪ ଗ୍ରାଣ୍ଡ ସ୍ଲାମ ଜିତିବାରେ ପ୍ରଥମ ଖେଳାଳି ହୋଇଛନ୍ତି । ଏହା ପୂର୍ବରୁ ସର୍ବାଧିକ ଗ୍ରାଣ୍ଡସ୍ଲାମ (ଉଭୟ ପୁରୁଷ ଓ ମହିଳା)ରେ ସେ ସେରେନା ୱିଲିୟମ୍ସଙ୍କ ରେକର୍ଡ ଭଙ୍ଗ କରିଛନ୍ତି । ସେରେନା ୨୩ ଗ୍ରାଣ୍ଡ ସ୍ଲାମ ଜିତିଛନ୍ତି । ୧୯୬୮ ପରଠାରୁ ଓପନ ଏରାର ଆରମ୍ଭ ହୋଇଥିଲା ।
BREAKING NEWS
- ଦେଶବ୍ୟାପୀ ଜନସମ୍ପର୍କ ଅଭିଯାନ ଘୋଷଣା କଲେ ସିଜେପି ପ୍ରତିଷ୍ଠାତା ଅଭିଜିତ ଦିପକେ
- ଦିଲ୍ଲୀର ‘ଜେନ୍-ଜି’ ଆନ୍ଦୋଳନ ସରିନାହିଁ, ଆଗକୁ ଆସିବ ଅସଲ ଝଡ଼: ପ୍ରଶାନ୍ତ କିଶୋରଙ୍କ ବଡ଼ ବୟାନ
- ଟି୨୦ କ୍ରିକେଟରେ ଇତିହାସ ରଚିଲେ ବଟଲର : ଭାଙ୍ଗିଲେ ପୋଲାର୍ଡଙ୍କ ରେକର୍ଡ
- ମା’ଙ୍କ ଔଷଧ ଆଣିବାକୁ ଯାଇ ଆଉ ଘରକୁ ଫେରିଲେନି ଯୁବକ; ଭାସିଗଲେ ବନ୍ୟାସ୍ରୋତରେ…
- Haryana Funeral: ତୋ ଝିଅ ଜନମକୁ ଧିକ୍! ବୃଦ୍ଧାଶ୍ରମରେ ଚାଲିଗଲା ବୁଢା ବାପାଟା ଜୀବନ, ଭିଡିଓ କଲ୍ରେ ଦେଖିଲେ ଅନ୍ତିମ ସଂସ୍କାର, ପଠାଇଲେ ୫,୧୦୦ ଟଙ୍କା
- ଟିମ୍ ଇଣ୍ଡିଆରେ କଡ଼ା ହେଲା ଫିଟ୍ନେସ୍ ନିୟମ: ବ୍ରୋଙ୍କୋ, ୨ କିମି ଦୌଡ଼ ଏବେ ବାଧ୍ୟତାମୂଳକ
- Banking Evidence Law: ଡିଜିଟାଲ୍ ପ୍ରମାଣକୁ ବଡ଼ ଆଇନଗତ ସ୍ୱୀକୃତି, ‘ବ୍ୟାଙ୍କର୍ସ ବୁକ୍ସ ଏଭିଡେନ୍ସ ବିଲ୍’ ପାସ୍, ୧୩୫ ବର୍ଷ ପୁରୁଣା ବ୍ରିଟିଶ ଆଇନର ହେବ ଅନ୍ତ
- କଟକରେ ନବବଧୂଙ୍କୁ ହତ୍ୟା ଅଭିଯୋଗ, ନ୍ୟାୟ ଦାବି କଲେ ପରିବାର
- LEO satellites: ମହାକାଶରେ ହୋଇପାରେ ବଡ ବିସ୍ଫୋରଣ? ଭାରତ ପାଇଁ ବଢ଼ୁଛି ବିପଦ!
- ବିଚାରପତିମାନେ ସରକାରୀ କର୍ମଚାରୀ ନୁହଁନ୍ତି, ଅବସର ବୟସ ଭିନ୍ନ ହୋଇପାରେ: ସୁପ୍ରିମକୋର୍ଟ
Comments are closed.