Latest Odisha News

BREAKING NEWS

ଏନଡିଏ ବୈଠକରେ ନେତା ନିର୍ବାଚିତ ହେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ଏନଡିଏ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଶେଷରେ ନିଜର ମତ ଜଣାଇଛନ୍ତି । ବୈଠକରେ ବିଜେପିକୁ ସମର୍ଥନ କରିଛନ୍ତି ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁ । ଏହି ଅବସରରେ ମୋଦୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଏନଡିଏର ସହଯୋଗୀ ଦଳ ମନୋନୀତ କରିଥିଲେ। ଏବେ କେନ୍ଦ୍ରରେ ଗଠନ ହେବ ମୋଦୀ ସରକାର ୩.୦ । ଜୁନ ୮ରେ ଶପଥ ନେବେ ପ୍ରଧାନମନ୍ତ୍ରୀ ମୋଦୀ । ବୈଠକରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ, ଚିରାଗ ପାଶଓ୍ବାନଙ୍କ ସମେତ ଏନ୍‌ଡିଏର ସମସ୍ତ ସହଯୋଗୀ ଉପସ୍ଥିତ ରହିଥିଲେ।

ସୂଚନା ଅନୁସାରେ, ଗତକାଲି ପ୍ରକାଶ ପାଇଛି ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ । ଫଳରେ ଏନଡିଏ ମେଣ୍ଟକୁ ୨୯୩ ଆସନ ମିଳିଥିବା ବେଳେ ଇଣ୍ଡିଆ ମେଣ୍ଟକୁ ୨୩୪ ଆସନ ମିଳିଛି । ନିର୍ବାଚନ ଫଳାଫଳ ବାହାରିବାର ୨୪ ଘଣ୍ଟା ପର୍ଯ୍ୟନ୍ତ ଯେଉଁ ବିଷୟକୁ ନେଇ ଆଲୋଚନା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି । ବିଜେପି ସମେତ ୧୬ ଦଳଙ୍କୁ ନେଇ ଚାଲିଥିବା ଏନଡିଏ ମେଣ୍ଟରେ ବୈଠକରେ ମୋଦୀଙ୍କୁ ସମର୍ଥନ ମିଳିଛି । ଦେଶରେ ଗଢାହେବ ମୋଦୀ ସରକାର ୩.୦ ।

Comments are closed.