Latest Odisha News

BREAKING NEWS

ବିଏସକେୱାଇ କୁ ନେଇ ସରୁନି ଦ୍ଵନ୍ଦ, ଚାଲୁ ରଖିବାକୁ ଇଣ୍ଡିଆ ମେଣ୍ଟର ଦାବି

ଭୁବନେଶ୍ୱର: ୨୦୨୪ ନିର୍ବାଚନ ଫଳାଫଳ ବାହାରିବା ସହ ଭୁଷୁଡିଛି ବିଜେଡି ଗଡ । ଏହାପରେ ଏହାପରେ ପୂର୍ବ ସରକାରଙ୍କ ଦ୍ଵାରା ହୋଇଥିବା ଯୋଜନାକୁ ନେଇ ଉପୁଜିଛି ଦ୍ଵନ୍ଦ । ବିଏସକେୱାଇକୁ ନେଇ ଚିନ୍ତାରେ ରାଜ୍ୟବାସୀ । ସେପଟେ ଡାକ୍ତରଖାନାରେ ବିଏସକେୱାଇ କାର୍ଡ ଦେଖିକି ରୋଗିଙ୍କୁ ଫେରାଯାଉଥିବା ବେଳେ ରାଜ୍ୟରେ ବିଏସକେୱାଇକୁ ବନ୍ଦ କରି ଆୟୁଷ୍ମାନ ଯୋଜନା ଚାଲୁ କରିବାକୁ କହିଛି ବିଜେପି । ସେପଟେ କିନ୍ତୁ ଇଣ୍ଡିଆ ମେଣ୍ଟ ଭିନ୍ନ ମତ ଦେଇଛି । ରାଜ୍ୟର ରୋଗୀ ମାନଙ୍କ ପାଇଁ ଉପଲବ୍ଧ ହେଉଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଯୋଜନାକୁ ଜାରି ରଖା ଯାଉ ବୋଲି ଦାବି କରିଛି ଇଣ୍ଡିଆ ମେଣ୍ଟ l

ମେଣ୍ଟ କହିଛି ଯେ, ଏହି କାର୍ଡ ବନ୍ଦ ନେଇ କୌଣସି ଅପ ପ୍ରଚାର କରା ନ ଯାଉ l ଏହି କାର୍ଡ ହଠାତ୍ ବନ୍ଦ ଘୋଷଣା ଦ୍ଵାରା ରାଜ୍ୟର ବହୁ ରୋଗୀ ଏବଂ ତାଙ୍କ ପରିବାର ହଇରାଣ ହେବା ସହ ଆର୍ଥିକ ଭାବେ କ୍ଷତିଗ୍ରସ୍ତ ହେବେ । ଗତକାଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ବାସଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ମତ ରଖିଛି ଇଣ୍ଡିଆ ମେଣ୍ଟ । ଅପରପକ୍ଷରେ ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ସିପିଆଇ, ସିପିଏମ, ଆରଜେଡି, ସିପିଆଇ ଏମଏଲ୍ ଓ ଆମ ଆଦମୀ ପାର୍ଟି ନିଜ ସମର୍ଥନ ଜାରି କରିଛି l

ରାଜ୍ୟରେ ବିଏସକେୱାଇ ଯୋଜନା ବନ୍ଦ କରାଯାଇ ଆୟୁଷ୍ମାନ ଯୋଜନା ଲାଗୁ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ l ଏହା ପରେ ରାଜ୍ୟର ଘରୋଇ ହସ୍ପିଟାଲ ଗୁଡିକରେ ରୋଗୀ ମାନେ ସମସ୍ୟା ଭୋଗି ଥିଲେ l ଏହି ଦାୟିତ୍ବହୀନ ମନ୍ତବ୍ୟକୁ ଇଣ୍ଡିଆ ମେଣ୍ଟର ସମସ୍ତ ରାଜନୈତିକ ଦଳ ଦୃଢ଼ ନିନ୍ଦା କରିଛନ୍ତି l

Comments are closed.