Latest Odisha News

‘ସ୍ୱାର୍ଥୀ’ କହି ଅଯୋଧ୍ୟା ବାସୀଙ୍କ ଉପରେ ବର୍ଷିଲେ ରାମୟାଣର ଲକ୍ଷ୍ମଣ

ଅଯୋଧ୍ୟା: ଅଯୋଧ୍ୟା ଭୋଟରଙ୍କ ଉପରେ ବର୍ଷିଛନ୍ତି ଲୋକପ୍ରିୟ ଅଭିନେତା ସୁନିଲ ଲେହରି । ୨୦୨୪ ସାଂସଦ ନିର୍ବାଚନରେ ବିଜେପିକୁ ଭୋଟ୍ ନଦେଇ ଲୋକେ ସମାଜବାଦୀ ପାର୍ଟି ପ୍ରାର୍ଥୀକୁ ଜିତେଇଥିବାରୁ ସୁନୀଲ୍ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କହିଲେ ‘ବିଜେପି ସହିତ ବିଶ୍ୱାସଘାତକତା କରିଛନ୍ତି ଅଯୋଧ୍ୟା ବାସୀ । ବିଜେପି ନେତୃତ୍ୱରେ ରାମ ମନ୍ଦିର ସ୍ଥାପନା ହେଲା ।

୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଜୁନ୍ ୪ରେ ବାହାରି ଯାଇଛି । ଦେଶରେ ମୋଦୀ ଲହର ଦେଖିବାକୁ ମିଳିଥିବା ବେଳେ ଅନେକ ଜାଗାରେ ମୋଦୀ ସରକାରଙ୍କୁ ନିରାଶ କରିଛନ୍ତି ଜନତା । ଏହାରି ଭିତରେ ଉତ୍ତରପ୍ରଦେଶର ନିର୍ବାଚନୀ ଫଳାଫଳ ଆଶ୍ଚର୍ଯ୍ୟଜନକ ଥିଲା । ଉତ୍ତରପ୍ରଦେଶର ଫୈଜାବାଦ ନିର୍ବାଚନମଣ୍ଡଳୀରେ ବିଜେପିର ଲଲ୍ଲୁ ସିଂଙ୍କୁ ହରେଇଛନ୍ତି ସମାଜବାଦୀ ପ୍ରାର୍ଥୀ ଅଓ୍ବାଧେଶ ପ୍ରସାଦ । ଏହାକୁ ନେଇ ସୋସିଆଲ୍ ମିଡିଆରେ କ୍ଷୋଭ ପ୍ରକାଶ କରିଛନ୍ତି ସୁନିଲ୍ ଲେହରି ।  ସୁନିଲ୍ କହିଛନ୍ତି ଯେ, ଯେଉଁ ପାର୍ଟି ପାଇଁ  ପ୍ରଭୁ ରାମ ଟେଣ୍ଟରୁ ଆସି ଭବ୍ୟ ମନ୍ଦିରରେ ସ୍ଥାପିତ ହେଲେ,ଜନତା ତାଙ୍କ ସହ ପ୍ରତାରଣା କରିଛନ୍ତି । ମନ୍ଦିର ଯେଉଁ ଫୈଜାବାଦରେ ତିଆରି ହୋଇଛି, ସେଇଠି ବିଜେପି ହାରିବା ଏକ ଦୁଃଖଦ ଘଟଣା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ ଆମେ କିପରି ଭୁଲପାରିବା ଯେ ଅଯୋଧ୍ୟା ବାସୀ ବନବାସରୁ ଫେରିଥିବା ମାତା ସୀତାଙ୍କୁ ମଧ୍ୟ ସନ୍ଦେହ କରିଥିଲେ । ଇତିହାସରେ ପ୍ରମାଣ ଅଛି ଯେ ଅଯୋଧ୍ୟା ବାସୀ ନିଜ ସଚ୍ଚୋଟ ରାଜାଙ୍କ ସହିତ ମଧ୍ୟ ବିଶ୍ୱାସଘାତକତା କରିଛନ୍ତି ’ ।

ଏହା ସହିତ ସୁନୀଲ ହିନ୍ଦୁ ଭୋଟରଙ୍କୁ ନିନ୍ଦା କରି ତାଙ୍କୁ ବାହୁବଳୀ ଫିଲ୍ମର କଟ୍ଟପ୍ପା ସହିତ ମଧ୍ୟ ତୁଳନା କରିଛନ୍ତି । ଯେପରି  କଟ୍ଟପ୍ପ୍ପା ନିଜ ପୁତୁରାକୁ ପଛରୁ ଛୁରି ଭୁଶିଥିଲେ, ସେପରି ଅଯୋଧ୍ୟା ଜନତା ବିଜେପି ସହିତ ବିଶ୍ୱାସଘାତକତା କରିଛନ୍ତି ।

Comments are closed.