Latest Odisha News

BREAKING NEWS

ମହଙ୍ଗା ପଡିଲା ସାଂସଦଙ୍କୁ ଚାପୁଡା ମାରିବା, କାର୍ଯ୍ୟରୁ ନିଲମ୍ବନ ହେଲେ ସିଆଇଏସଏଫ ଗାର୍ଡ

ଚଣ୍ଡିଗଡ: ମହଙ୍ଗା ପଡିଲା ବଲିଉଡ ଅଭିନେତ୍ରୀ ତଥା ମଣ୍ଡିର ନବ ନିର୍ବାଚିତ ବିଜେପି ସାସଂଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ବିମାନ ବନ୍ଦରରେ ସିଆଇଏସଏଫ ଗାର୍ଡଙ୍କ ଚାପୁଡ଼ା ମାରିବା । କାର୍ଯ୍ୟରୁ ନିଲମ୍ବିତ ହେଲେ ସିଆଇଏସଏଫ ଗାର୍ଡ । ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ନିଲମ୍ବନ କରିଛନ୍ତି ସିଆଇଏସଏଫ ଡିଜି ।

ସୂଚନା ଅନୁସାରେ, ଜଣେ ସିଆଇଏସଏଫ ମହିଳା ଯବାନ ଚଣ୍ଡିଗଡ଼ ବିମାନବନ୍ଦର ଭିତରେ କଙ୍ଗନା ରଣାୱତଙ୍କୁ ଚାପୁଡ଼ା ମାରିଥିଲେ। ଯାହା ପରେ କଙ୍ଗନାଙ୍କ ଟିମ୍ ପକ୍ଷରୁ ଦାବି କରାଯାଇଥିଲା ଯେ, ଉକ୍ତ ସିଆଇଏସଏଫ ଯବାନଙ୍କୁ ହଟାଇ ଦିଆଯାଉ ଏବଂ ଯଥାଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କୁହାଯାଉଛି ଯେ କୃଷକ ଆନ୍ଦୋଳନ ବିରୋଧରେ କହିଥିବାରୁ ସିଆଇଏସଏଫ ଗାର୍ଡ କଙ୍ଗନା ରଣାୱତଙ୍କ ଉପରେ ରାଗିଯାଇ ହାତ ଉଠାଇଥିଲେ ।

ସୂଚନାଯୋଗ୍ୟ ଯେ, ହିମାଚଳପ୍ରଦେଶ ମଣ୍ଡି ଲୋକସଭା ଆସନରୁ ବିଜେପି ଟିକେଟ୍ ରେ ନିର୍ବାଚନ ଜିତିବା ପରେ କଙ୍ଗନା ରାଣାୱତ ଆଜି ଦିଲ୍ଲୀ ଅଭିମୁଖେ ଆସୁଥିଲେ । ଏହି ସମୟରେ ଚଣ୍ଡିଗଡ଼ ବିମାନବନ୍ଦରରେ ଏପରି ଘଟଣା ସାମ୍ନାକୁ ଆସିଛି । ଏହାପୂର୍ବରୁ ସୋସିଆଲ ମିଡିଆରେ କଙ୍ଗନା ଫୋଟୋ ସେୟାର କହିଥିଲେ ଯେ ସେ ସଂସଦକୁ ଯାଉଛନ୍ତି । ସେ ନିଜ ଫୋଟୋ ଇନଷ୍ଟାଗ୍ରାମରେ ମଧ୍ୟ ସେୟାର କରିଛନ୍ତି ।

Comments are closed.