Latest Odisha News

ଆଇଆଇଏମ୍ ସମ୍ବଲପୁରରେ ଡୁଆଲ୍ ଡିଗ୍ରୀ ଡକ୍ଟରେଟ୍ ପ୍ରୋଗ୍ରାମ ପାଇଁ ଆବେଦନ ଆହ୍ୱାନ

ସମ୍ବଲପୁର: ଭାରତର ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ୍ ଆଇଆଇଏମ୍ ସମ୍ବଲପୁରରେ ଅଗ୍ରଣୀ ଡୁଆଲ୍ ଡିଗ୍ରୀ ଡକ୍ଟରେଟ୍ କାର୍ଯ୍ୟକ୍ରମ ପାଇଁ ଆବେଦନ ଆହ୍ୱାନ କରାଯାଇଛି । ଏକ୍‌ଜିକ୍ୟୁଟିଭ୍ ପିଏଚ୍‌ଡି ଏବଂ ଡିବିଏ ପ୍ରୋଗ୍ରାମ (୨୦୨୪-୨୭) ଫ୍ରାନ୍ସର ଆଇଏଇ ବୋର୍ଡୋ ୟୁନିଭର୍ସିଟି ସ୍କୁଲ ଅଫ୍ ମ୍ୟାନେଜମେଂଟ୍ ସହଯୋଗିତାରେ ଚାଲିଛି । ତିନି ବର୍ଷିଆ ଡୁଆଲ୍ ଡିଗ୍ରୀ ପ୍ରୋଗ୍ରାମ ବିଶେଷ ଭାବରେ କାର୍ଯ୍ୟରତ ପ୍ରଫେସନାଲଙ୍କ ପାଇଁ ପ୍ରସ୍ତୁତ କରାଯାଇଛି, ଯାହାର ଉଦ୍ଦେଶ୍ୟ ହେଉଛି ଉନ୍ନତ ଶୈକ୍ଷିକ ଯୋଗ୍ୟତା ଏବଂ ଅଭିନବତାକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ କ୍ୟାରିୟରରେ ବାଧା ସୃଷ୍ଟି ନକରି ଡକ୍ଟରେଟ୍ ଡିଗ୍ରୀ ହାସଲ କରିବାର ଏକ ଅନନ୍ୟ ମାର୍ଗ ପ୍ରଦାନ କରିବା । ସିଭି, ସ୍ୱୟଂ-ପ୍ରମାଣିତ ଶିକ୍ଷାଗତ ପ୍ରମାଣପତ୍ର ଏବଂ ଉଦ୍ଦେଶ୍ୟ ବିବରଣୀ ସହିତ ଆବେଦନ ଦାଖଲ କରିବାର ଶେଷ ତାରିଖ ହେଉଛି ୨୦୨୪ ଜୁନ୍ ୧୫ ।

ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ୍ କହିଛନ୍ତି ଯେ, “ଏକ୍‌ଜିକ୍ୟୁଟିଭ୍ ପିଏଚଡି ଓ ଡିବିଏ ପ୍ରୋଗ୍ରାମର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁସରଣ କରି ଅତ୍ୟାଧୁନିକ ଗବେଷଣା ପଦ୍ଧତିରେ ସଜ୍ଜିତ କରିବା । ବିଶ୍ୱସ୍ତରୀୟ ବିଷୟ ବିଶେଷଜ୍ଞ ହେବାକୁ ଚାହୁଁଥିବା କର୍ମଜୀବୀ ପ୍ରଫେସନାଲମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି ।

ପ୍ରଫେସର ଜୟସ୍ୱାଲ ଆହୁରି ସୂଚନା ଦେଇଛନ୍ତି ଯେ, “ଡୁଆଲ୍ ଡିଗ୍ରୀ କାର୍ଯ୍ୟକ୍ରମ ବ୍ୟାବହାରିକ ଉପଯୋଗୀତା ଏବଂ ଆନ୍ତଃବିଭାଗୀୟ ଆଭିମୁଖ୍ୟ ଉପରେ ଗୁରୁତ୍ୱାରୋପ କରୁଛି ଏବଂ ବ୍ୟବସାୟ ପରିଚାଳନାର ବିଭିନ୍ନ କ୍ଷେତ୍ରରେ କଠୋର, ବିଶ୍ୱସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରୁଛି, ଯାହା ଛାତ୍ରଛାତ୍ରୀମାନଙ୍କୁ ଅନ୍ତର୍ଜାତୀୟ ମାନଦଣ୍ଡ ଅନୁଯାୟୀ ଗବେଷଣା କରିବାକୁ ସକ୍ଷମ କରୁଛି । ଏହାବ୍ୟତୀତ ଏହା ଶିକ୍ଷାନୁ ।ନରେ ହେଉ କିମ୍ବା ସରକାରୀ ଏବଂ ବେସରକାରୀ କ୍ଷେତ୍ରରେ ଗବେଷଣା ପଦବୀରେ ହେଉ, ଶିଳ୍ପ ଅଧିକାରୀମାନଙ୍କୁ ଗବେଷଣାଭିତିକ କ୍ୟାରିୟରକୁ ପରିବର୍ତନ କରିବାରେ ସକ୍ଷମ କରିବ ।’’

ଏହି କାର୍ଯ୍ୟକ୍ରମରେ ହାଇବ୍ରିଡ୍ ଡେଲିଭରି ମଡେଲ୍ ବ୍ୟବହାର କରାଯାଇଛି, ଯେଉଁଥିରେ ଆଇଆଇଏମ୍ ସମ୍ବଲପୁର କିମ୍ବା ଦିଲ୍ଲୀ କ୍ୟାମ୍ପସରେ ଅତି କମରେ ତିନି ଦିନ ଫେସ-ଟୁ-ଫେସ କ୍ଲାସ ଏବଂ ଫ୍ରାନ୍ସର ବୋର୍ଡୋ କ୍ୟାମ୍ପସରେ ଦୁଇ ସପ୍ତାହ ଫେସ୍ ଟୁ ଫେସ୍ କ୍ଲାସରେ ଯୋଗ ଦେବାକୁ ପଡିବ । ଏହାବ୍ୟତୀତ ବ୍ରିଟେନର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ତିନି ଦିନିଆ ଏକାଡେମିକ୍ ରାଇଟିଂ କର୍ମଶାଳାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ ।

ଯୋଗ୍ୟତା ମାନଦଣ୍ଡ:
୧. କାର୍ଯ୍ୟ ଅଭିଜ୍ଞତା: ସ୍ନାତକୋତର ଡିଗ୍ରୀ ସହିତ ଅତି କମରେ ପାଂଚ ବର୍ଷର ବୃତିଗତ ଅଭିଜ୍ଞତା ।

୨. ଶିକ୍ଷାଗତ ପୃ ଭୂମି: ଉନ୍ନତ ଡକ୍ଟରେଟ୍ ସ୍ତରୀୟ ଗବେଷଣା ପାଇଁ କୌଣସି ସ୍ୱୀକୃତିପ୍ରାପ୍ତ ଅନୁ ।ନରୁ ପ୍ରାସଙ୍ଗିକ ସ୍ନାତକୋତର ଡିଗ୍ରୀ (ଉଦାହରଣ, ଏମବିଏ) କିମ୍ବା ଚାରି ବର୍ଷର ସ୍ନାତକ ଡିଗ୍ରୀ ହାସଲ କରିବା ।

୩. ଶିକ୍ଷାଗାତ ରେକର୍ଡ: ଟ୍ରାନ୍ସକ୍ରିପ୍ଟ, ଜିପିଏ ସ୍କୋର ଏବଂ କୌଣସି ପ୍ରାସଙ୍ଗିକ ଉପଲବ୍ଧି କିମ୍ବା ସମ୍ମାନ ଦ୍ୱାରା ସମର୍ଥିତ ଏକ ଦୃଢ଼ ଶିକ୍ଷାଗତ ଇତିହାସ ।

୪. ଭାଷା ଦକ୍ଷତା: ନିବିଡ଼ ଶିକ୍ଷାଗତ ଅଧ୍ୟୟନ, ଗବେଷଣା ଏବଂ ଯୋଗାଯୋଗ ପାଇଁ ଶିକ୍ଷାର ଭାଷାରେ ଦକ୍ଷତା (ସାଧାରଣତଃ ଇଂରାଜୀ) ଆବଶ୍ୟକ ।

୫. ଗବେଷଣା ଆଗ୍ରହ: ଗବେଷଣା ଲକ୍ଷ୍ୟ ଏବଂ ସମ୍ଭାବ୍ୟ ଶିକ୍ଷାଗତ ଅବଦାନକୁ ସ୍ପଷ୍ଟ କରିବାର କ୍ଷମତା ସହିତ ପରିଚାଳନା କିମ୍ବା ଆନୁସଙ୍ଗିକ କ୍ଷେତ୍ରରେ ସ୍ପଷ୍ଟ ଗବେଷଣା ଆଗ୍ରହ କିମ୍ବା ବିଷୟ ।

୬. ଷ୍ଟେଟମେଂଟ୍ ଅଫ୍ ପର୍ପଜ୍ (ଉଦ୍ଦେଶ୍ୟର ବିବୃତି) (ଏସ୍‌ଓପି): ଏକାଡେମିକ୍ ଏବଂ ବୃତିଗତ ପୃ ଭୂମି, ଗବେଷଣା ଆଗ୍ରହ, କ୍ୟାରିୟର ଲକ୍ଷ୍ୟ ଏବଂ ଡକ୍ଟରେଟ୍ ଡିଗ୍ରୀ ହାସଲ କରିବାର କାରଣ ବିଷୟରେ ଏକ ବିବୃତି ।

ନାମଲେଖା ପ୍ରକ୍ରିୟା:
ଚା ବ୍ୟକ୍ତିଗତ ସାକ୍ଷାତକାର (ପିଆଇ) ରାଉଣ୍ଡ ପାଇଁ ଯୋଗ୍ୟତା ମାନଦଣ୍ଡ ଆଧାରରେ ପ୍ରାର୍ଥୀମାନଙ୍କୁ ଚୟନ କରାଯିବ ।
ଚା ରିଜ୍ୟୁମ ଏବଂ ବ୍ୟକ୍ତିଗତ ସାକ୍ଷାତକାର ଆଧାରରେ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯିବ ।

Comments are closed.