Latest Odisha News

BREAKING NEWS

ମହାପ୍ରଭୁଙ୍କୁ ଦର୍ଶନ ପରେ ପ୍ରତିକ୍ରିୟା ଦେଲେ ଅରୁଣ ଓ ପ୍ରଭାତୀ, ଏମିତି କହିଲେ….

ପୁରୀ: ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ଶ୍ରୀମନ୍ଦିର ମୁହାଁ ଏବେ ନେତା । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଆଗାମୀ କାର୍ଯ୍ୟକ୍ରମ କିଭଳି ସଫଳ ହେବ ସେନେଇ ମହାପ୍ରଭୁଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି ନେତା । ତେବେ ବିଜେଡ଼ି ନେତା ଅରୁଣ ସାହୁ ମହାପ୍ରଭୁଙ୍କ ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

ଅରୁଣ ସହୁ କହିଛନ୍ତି, ବିଜେଡ଼ି ପରାଜୟର ସମୀକ୍ଷା ହେବ । ଏନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି । ପରାଜୟର କାରଣ କ’ଣ ରହିଛି ଏବଂ ଏଥିପାଇଁ କିଏ ଦାୟୀ ତା’ର ତର୍ଜମା କରାଯାଇ ବିଜେଡ଼ି ସୁପ୍ରିମୋ ଙ୍କୁ ପ୍ରଦାନ କରାଯିବ ।

ସେପଟେ ବିଜେପିର ନବନିର୍ବାଚିତ ନିମାପଡ଼ା ବିଧାୟିକା ପ୍ରଭାତି ପରିଡା ମଧ୍ୟ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ସେ କହିଛନ୍ତି ସରକାର ଗଠନ ହେବାର ୬ ଘଣ୍ଟା ମଧ୍ୟରେ ଶ୍ରୀମନ୍ଦିର ଚାରି ଦ୍ବାର ଭକ୍ତଙ୍କ ପାଇଁ ଖୋଲାଯିବ । ସେହିପରି ଖୁବଶୀଘ୍ର ରତ୍ନଭଣ୍ଡାର ମଧ୍ୟ ଖୋଲାଯିବ । ଆଗାମୀ ଦିନରେ ବିଜେପି ସରକାର ନେତୃତ୍ୱରେ ଓଡ଼ିଶା ଏକ ବିକଶିତ ରାଜ୍ୟ ଭାବେ ପରିପ୍ରକାଶ କରିବ ବୋଲି କହିଛନ୍ତି ପ୍ରଭାତୀ ।

Comments are closed.