Latest Odisha News

BREAKING NEWS

ମୋଦିଙ୍କ ଶପଥଗ୍ରହଣ ଉତ୍ସବ: ଯୋଗଦେବେ ୭ ହଜାର ଅତିଥୀ, ସୁରକ୍ଷା ବଳୟରେ ରାଜଧାନୀ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଜୁନ୍ ୯ ତାରିଖ ୭ ଟା ୧୫ରେ କ୍ରମାଗତ ଭାବେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ । ତାଙ୍କ ଶପଥ ଗ୍ରହଣ ସମାରୋହରେ ୭ ହଜାର ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଛି । ବାଂଲାଦେଶ, ଶ୍ରୀଲଙ୍କା, ମାଳଦ୍ୱୀପ, ଭୁଟାନ, ନେପାଳ, ମରିସସ୍ ଏବଂ ସେସେଲ୍ସର ପ୍ରମୁଖ ନେତାମାନେ ଯୋଗଦେବେ ବୋଲି ଖବର ରହିଛି ।

ଏହା ଭିତରେ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ନିମନ୍ତେ ଛପା ଯାଇଥିବା ନିମନ୍ତ୍ରଣ କାର୍ଡର ଫଟୋ ସାମ୍ନାକୁ ଆସିଛି । ଶୁକ୍ରବାର ସେ ଏନଡିଏ ସଂସଦୀୟ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ । ଏହା ପରେ ସେ ରାଷ୍ଟ୍ରପତିଙ୍କ ସମ୍ମୁଖରେ ସରକାର ଗଠନ କରିବାକୁ ଦାବି କରିଥିଲେ । ଏହା ପରେ ରାଷ୍ଟ୍ରପତି ତାଙ୍କୁ ରବିବାର ସରକାର ଗଠନ କରିବାକୁ ନିମନ୍ତ୍ରଣ ଦେଇଥିଲେ ।

ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ବହୁ ଦେଶର ରାଜ୍ୟ ମୁଖ୍ୟ ଯୋଗଦେବେ । ଏ ବାବଦରେ ଦିଲ୍ଲୀରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଦିଲ୍ଲୀକୁ ‘ନୋ ଫ୍ଲାଇଙ୍ଗ୍ ଜୋନ୍’ ଘୋଷଣା କରାଯାଇଛି । ପ୍ରତ୍ୟେକ କୋଣ ଅନୁକୋଣରେ ପୋଲିସର କଡା ନଜର ରହିବ । ରାଷ୍ଟ୍ରପତି ଭବନର ସୁରକ୍ଷାକୁ ଅଧିକ କଡାକଡି କରାଯାଇଛି ।

Comments are closed.