Latest Odisha News

BREAKING NEWS

ନବୀନଙ୍କୁ ଭେଟିଲେ ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ମାଝି। ସେ ଆଜି ବିଧିବଦ୍ଧ ଭାବେ ଶପଥ ନେବେ। ଓଡ଼ିଶାରେ ମୋହନ ସରକାର କାର୍ଯ୍ୟକାରୀ ହେବା ଆଗରୁ ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଭାବୀ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହିତ ଆଜି ଶପଥ ପାଠ ସମାରୋହରେ ଯୋଗ ଦେବା ପାଇଁ ନବୀନଙ୍କୁ ନିମନ୍ତ୍ରଣ ମଧ୍ୟ ଦେଇଛନ୍ତି । ଓଡିଶା ମଙ୍ଗ ଧରିବା ଆଗରୁ ଓଡିଶାର ୨୪ ବର୍ଷର ମଙ୍ଗୁଆଳଙ୍କୁ ସାକ୍ଷାତ କରିଛନ୍ତି ମୋହନ । ତେବେ ଆଜି ସଂଧ୍ୟା ୫ଟାରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ମୋହନ ଚରଣ ମାଝୀ। ତାଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ାଙ୍କ ସମେତ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବେ।

ଆଜି ଅପରାହ୍ନ ୪ଟା ୪୫ରେ ମୋହନ ମାଝୀ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବେ। ସେପଟେ ଶପଥ ଗ୍ରହଣ ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦୀ । ଆଜି ଦିନ ୨ ଟା ୧୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ମୋଦୀ । ସେଠାରୁ ସିଧା ରାଜଭବନ ଯିବେ । ଅପରାହ୍ନ ସାଢ଼େ ୪ ଟାରେ ରାଜଭବନରୁ ବାହାରି ଜନତା ମୈଦାନ ଯିବେ ମୋଦୀ । ତେବେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଓ ଶପଥ ଗ୍ରହଣ ଉତ୍ସବକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଏବଂ ହଜାର ହଜାର ଓଡ଼ିଶାବାସୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ। ଗତକାଲି ବିଜେପିର ତୁଙ୍ଗ ନେତା ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶପଥଗ୍ରହଣ ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ ଦେଇଥିଲେ। ଅନ୍ୟପଟେ ଶପଥ ଗ୍ରହଣ ପୂର୍ବରୁ ସାଧାରଣ ଲୋକଙ୍କ ସହ କଥା ହୋଇ ତାଙ୍କ ଭଲମନ୍ଦ ପଚାରି ବୁଝିଛନ୍ତି ମୋହନ ମାଝୀ ।

Comments are closed.