Latest Odisha News

BREAKING NEWS

ଜୁଲାଇ ୨୨ରେ ସଂସଦରେ ଉପସ୍ଥାପନ ହେବ କେନ୍ଦ୍ର ବଜେଟ୍

ନୂଆଦିଲ୍ଲୀ: ଜୁଲାଇ ୨୨ ତାରିଖରେ ସଂସଦରେ କେନ୍ଦ୍ର ବଜେଟ ୨୦୨୪ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ବ୍ୟତୀତ ଜୁଲାଇ ୩ ତାରିଖରେ ଅର୍ଥନୈତିକ ସର୍ଭେ ପ୍ରକାଶ ପାଇବ ବୋଲି ଆଶା କରାଯାଉଛି ।

ସରକାରୀ ସୂତ୍ର ଅନୁସାରେ, ସାଧାରଣ ନିର୍ବାଚନ ପୂର୍ବରୁ ୨୦୨୪ ଫେବୃଆରୀ ୧ରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଅଣାଯାଇଥିଲା ଏବଂ ବର୍ତ୍ତମାନ ଲୋକ ସଭା ନିର୍ବାଚନ ସମାପ୍ତ ହେବା ପରେ ଏକ ନୂତନ ସରକାର ଗଠନ ହୋଇଛି ଯାହା ସମ୍ପୂର୍ଣ୍ଣ ବଜେଟ୍ ଘୋଷଣା କରିବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ରମାଗତ ତୃତୀୟ ଥର ପାଇଁ ଜୁନ୍ ୧୨ ରେ ଦାୟିତ୍ବ ଗ୍ରହଣ କରିଛନ୍ତି । ନିର୍ମଳା ସୀତାରମଣ ମଧ୍ୟ ଆଗାମୀ ସମୟରେ ଏକ ନୂତନ ରେକର୍ଡ ସୃଷ୍ଟି କରିବାକୁ ଯାଉଛନ୍ତି । ସେ ଦେଶର ପ୍ରଥମ ଅର୍ଥମନ୍ତ୍ରୀ ହେବେ, ଯିଏ କ୍ରମାଗତ ସପ୍ତମ ବଜେଟ୍ ଏବଂ କ୍ରମାଗତ ଷଷ୍ଠ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ ।

୧୮ ତମ ଲୋକ ସଭାର ପ୍ରଥମ ସଂସଦ ଅଧିବେଶନ ଜୁନ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ ପର୍ଯ୍ୟନ୍ତ ଜାରି ରହିବ । ସେହିପରି ରାଜ୍ୟ ସଭାର ପ୍ରଥମ ଅଧିବେଶନ ଜୁନ୍ ୨୭ରୁ ଜୁଲାଇ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।

Comments are closed.