Latest Odisha News

BREAKING NEWS

ପୂରା ହାଇପର ଆକ୍ଟିଭ ନୂଆ ସରକାର; ଛୁଟି ଦିନରେ ବି କାମ କଲେ ମନ୍ତ୍ରୀ

ଭୁବନେଶ୍ୱର: ୧୨ ତାରିଖରେ ଓଡ଼ିଶାର ନୂଆ ସରକାର ଭାବରେ ଶପଥ ଗ୍ରହଣ କରିବା ପରେ ଏବେ ପୂରା ଜୋସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ତାଙ୍କ ମନ୍ତ୍ରୀମଣ୍ଡଳ | ଗ୍ରାଉଣ୍ଡ ଜିରାରେ ଚାଲିଛି ପୂରା କସରତ | ଏହାସହିତ ଶନିବାର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟା ହେବା ପରେ ନିଜ ନିଜ ବିଭାଗର ଦାୟିତ୍ୱ ଗ୍ରହଣ କରିବା ସହିତ ଏବେ ପୂରା ଆକ୍ଟିଭ ମନ୍ତ୍ରୀମାନେ | ଏମିତିକି ଛୁଟି ଦିନ ବି ଛାଡ଼ୁନାହାନ୍ତି |

ଏହି କ୍ରମରେ ରବିବାର ନିଜର ରାଜସ୍ବ ବିଭାଗ ଦାୟିତ୍ୱ ଗ୍ରହଣ କରିବା ପରେ ଛୁଟି ଦିନ ହୋଇ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସହ ବିଭିନ୍ନ ବାସ୍ତବ ସ୍ଥିତି ସମ୍ପର୍କରେ ପଚାରି ବୁଝିବା ସହିତ, ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ବ ଏବଂ ବିପର୍ଯ୍ୟୟ ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ |

ବର୍ତ୍ତମାନ ରାଜ୍ୟରେ ମୌସୁମୀ ପ୍ରବେଶ କରିଛି । ହେଲେ ପାଗ ଅନୁକୂଳ ନଥିବାରୁ ମୌସୁମୀ ବାୟୁର ପ୍ରଭାବ ଓଡ଼ିଶାରେ ଦେଖା ଯାଉନାହିଁ | ଏହା ସହିତ ଆଗକୁ କାଳ ବୈଶାଖୀ, ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ମୁକାବିଲା ପାଇଁ ପ୍ରସ୍ତୁତ ରହିବା ସହିତ ଭିତ୍ତିଭୂମିକୁ କିପରି ଆହୁରି ଅଧିକ ସୁଦୃଢ଼ କରାଯିବା ତାହା ଉପରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ସୁରେଶ ପୂଜାରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ସେ କହିଛନ୍ତି, ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ ସ୍ବାର୍ଥ ରକ୍ଷାକୁ ସର୍ବଦା ଗୁରୁତ୍ୱ ଦିଆଯିବ। ବାତ୍ୟା, ବର୍ଷା, ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସହ ମୁକାବିଲା ପାଇଁ ମୋଦି ସରକାର ଗତ ୧୦ ବର୍ଷରେ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ଓ ସହାୟତା ଓଡ଼ିଶାକୁ ଆସିଛି। ଆଉ ଆଗକୁ ମଧ୍ୟ ଆସିବ |

Comments are closed.