Latest Odisha News

BREAKING NEWS

ଆଜି ବରଗଡ଼ରେ କିସ୍ତି ବାଣ୍ଟିବେ ମୁଖ୍ୟମନ୍ତ୍ରୀ, ଚାଷୀ ପାଇବେ ପିଏମ କିଷାନ ଟଙ୍କା

ଭୁବନେଶ୍ୱର: ଆଜି ପ୍ରଦାନ କରାଯିବ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି। ଦେଶର ମୋଟ୍ ୯ କୋଟି ୩୦ ଲକ୍ଷ ଚାଷୀଙ୍କୁ ଉତ୍ତରପ୍ରଦେଶ ବାରାଣସୀରୁ ଡିବିଟି ମାଧ୍ୟମରେ ମୋଟ ୨୦ ହଜାର କୋଟି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଚାଷୀଙ୍କୁ ମିଳିବ ୨ ହଜାର ଟଙ୍କା। ଏହି ଅବସରରେ ଓଡ଼ିଶାର ବରଗଡ଼ରେ ରାଜ୍ୟସ୍ତରୀୟ ପିଏମ କିଷାନ ଉତ୍ସବ ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଥମ ଥର ପାଇଁ ଜିଲ୍ଲା ଗସ୍ତ କରି ଏହି ଉତ୍ସବରେ ଯୋଗ ଦେବେ।

ପିଏମ କିଷାନକୁ ଚାଷୀଙ୍କ ପାଇଁ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମଧ୍ୟ ଏହି ସଭାରେ ଉପସ୍ଥିତ ରହିବେ। ସେହିପରି ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ରହିବେ। ରାଜ୍ୟର ବିଭିନ୍ନ ଜିଲ୍ଲା ଓ କୃଷି ବିଜ୍ଞାନ କେନ୍ଦ୍ରରେ ଅପରାହ୍ନ ସାଢେ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି ଦିବସ ପାଳିତ ହେବ।

କଟକରେ ସୁରେଶ ପୂଜାରୀ, ନୟାଗଡ଼ରେ ରବି ନାରାୟଣ ନାଏକ, କେନ୍ଦ୍ରାପଡ଼ାରେ ନିତ୍ୟାନନ୍ଦ ଗଣ୍ଡ, ଢେଙ୍କାନାଳରେ କୃଷ୍ଣଚନ୍ଦ୍ର ପାତ୍ର, ଖୋର୍ଦ୍ଧାରେ ପୃଥ୍ବୀରାଜ ହରିଚନ୍ଦନ, ସିଫା, କୌଶଲ୍ୟାଗଙ୍ଗରେ ମୁକେଶ କୁମାର ମହାଲିଙ୍ଗ, ଗଞ୍ଜାମରେ ବିଭୂତି ଭୂଷଣ ଜେନା, ଅନୁଗୁଳରେ କୃଷ୍ଣଚନ୍ଦ୍ର ମହାପାତ୍ର, ବଡ଼ଚଣାରେ ଗଣେଣ ରାମସିଂହ ଖୁଣ୍ଟିଆ, ଭଦ୍ରକରେ ସୂର୍ଯ୍ୟବଂଶୀ ସୂରଜ, ଯାଜପୁରରେ ପ୍ରଦୀପ ବଳସାମନ୍ତ, ଭଞ୍ଜନଗରରେ ଗୋକୁଳଚନ୍ଦ୍ର ମଲ୍ଲିକ ଓ ଜଗତସିଂହପୁରରେ ସମ୍ପଦ ଚରଣ ସ୍ବାଇଁ ଉପସ୍ଥିତ ରହିବେ।

ଦେଶକୁ ଖାଦ୍ୟ ଯୋଗାଉଥିବା ଚାଷୀକୂଳକୁ ଆର୍ଥିକ ପ୍ରତ୍ସୋହନ ପାଇଁ ୨୦୧୯ ଫେବ୍ରୁଆରୀ ୨୪ ତାରିଖରେ ପିଏମ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଥିଲେ ମୋଦୀ ସରକାର । ଏଯାଏଁ ୧୬ଟି କିସ୍ତିରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇ ସାରିଲେଣି ।

Comments are closed.