Latest Odisha News

ବଦଳିବ ରୂପରେଖ, ପୁରୁଣା ସମ୍ମାନ ଫେରିପାଇବ ନାଳନ୍ଦା ବିଶ୍ବବିଦ୍ୟାଳୟ

ରାଜଗିରି: ନୂଆ ରୂପ ପାଇବାକୁ ଯାଉଛି  ଐତିହ୍ୟ ନାଳନ୍ଦା । ଫରିବାକୁ ଯାଉଛି ପୁରୁଣା ଦିନ । ପୁଣି ବିଷ୍ବରେ ଝଲସିବ ନାଳନ୍ଦାର କିର୍ତ୍ତୀ । ବୁଧବାର ବିହାରର ରାଜଗିରର ନାଳନ୍ଦା ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦୀଙ୍କ ସହ ସାମିଲ ହୋଇଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ୧୭ଟି ଦେଶର ରାଷ୍ଟ୍ରଦୂତ । ତେବେ ନାଳନ୍ଦା ବିଶ୍ୱବିଦ୍ୟାଳୟର ଉଦଘାଟନ ସହିତ ବିହାର ମଧ୍ୟ ହଜିଯାଇଥିବା ଐତିହ୍ୟକୁ ପୁଣି ଥରେ ଫେରିପାଇବାକୁ ଯାଉଛି ।

ଏହି  ଐତିହାସିକ ଅବସରରେ ମୋଦି ପୂର୍ବ କଥାକୁ ମନେପକାଇଛନ୍ତି । କିପରି ନାଳନ୍ଦାର ପତନ ହୋଇଥିଲା ତାହା ପ୍ରକାଶ କରିଛନ୍ତି । ଏହା ସହିତ ସେ କହିଛନ୍ତି, ‘ଅଗ୍ନି ବହିକୁ ନଷ୍ଟ କରିପାରେ, କେବେ ଜ୍ଞାନକୁ ନଷ୍ଟ କରିପାରେ ନାହିଁ ।’

ତୃତୀୟ କାର୍ଯ୍ୟକାଳ ପାଇଁ ଶପଥ ନେବା ପରେ ପ୍ରଥମ ୧୦ ଦିନ ଭିତରେ ନାଳନ୍ଦା ପରିଦର୍ଶନ କରିବାର ସୁଯୋଗ ପାଇଛନ୍ତି ବୋଲି କହିଛନ୍ତି ମୋଦି । ଏହା ସହିତ ନାଳନ୍ଦାର ଧ୍ବଂସ ରାତି କଥା ମନେପକାଇ ସେ କହିଛନ୍ତି, ନାଳନ୍ଦା ଏକ ପରିଚୟ, ନାଳନ୍ଦା ଏକ ସମ୍ମାନ। ଏହା ଏକ ମୂଲ୍ୟ, ମନ୍ତ୍ର, ଗର୍ବ ଓ କାହାଣୀ । ନାଳନ୍ଦା ଆମକୁ ଏ ବାର୍ତ୍ତା ଦେଇଛି, ଯେ ବହିଗୁଡ଼ିକ ଅଗ୍ନିରେ ଜଳିପାରେ କିନ୍ତୁ ଅଗ୍ନିର ନିଆଁ ଜ୍ଞାନକୁ କେବେ ନଷ୍ଟ କରିପାରିବ ନାହିଁ।
ଆଜି ଏହାର ପ୍ରାଚୀନ ଅବଶେଷ ନିକଟରେ ତାର ନବୀକରଣର ମୂଳଦୁଆ ପଡିଛି । ଏହି ନୂଆ କ୍ୟାମ୍ପସ ବିଶ୍ୱକୁ ଭାରତର ସାମର୍ଥ୍ୟ ପ୍ରଦର୍ଶନ କରାଇବ। କେଉଁ ରାଷ୍ଟ୍ର ମାନବିକ ମୂଲ୍ୟବୋଧ ଉପରେ ଛିଡା ହୋଇଛି ବୋଲି ପ୍ରଶ୍ନ ଆସିଲେ, ସମସ୍ତେ ନାଳନ୍ଦା କହିବେ। ନାଳନ୍ଦା କେବଳ ଭାରତର ଅତୀତର ନବୀକରଣ ନୁହେଁ। ବିଶ୍ୱ ଏବଂ ଏସିଆର ଅନେକ ଦେଶର ଐତିହ୍ୟ ଏହା ସହିତ ଜଡିତ। ଆମର ସହଭାଗୀ ଦେଶମାନେ ମଧ୍ୟ ନାଳନ୍ଦା ବିଶ୍ୱବିଦ୍ୟାଳୟର ପୁନଃ ନିର୍ମାଣରେ ଭାଗ ନେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରାଚୀନ ନାଳନ୍ଦାଠାରେ ପିଲାମାନଙ୍କର ଆଡମିଶନ ସେମାନଙ୍କ ପରିଚୟ କିମ୍ବା ଜାତୀୟତା ଆଧାରରେ କରାଯାଉନଥିଲା। ପ୍ରତ୍ୟେକ ଦେଶ ଏବଂ ପ୍ରତ୍ୟେକ ଶ୍ରେଣୀର ଯୁବକମାନେ ଏଠାକୁ ଆସୁଥିଲେ। ନାଳନ୍ଦା ବିଶ୍ୱବିଦ୍ୟାଳୟର ଏହି ନୂତନ କ୍ୟାମ୍ପସରେ ଆମକୁ ପୁଣି ସେହି ସମାନ ପ୍ରାଚୀନ ପ୍ରଣାଳୀକୁ ମଜବୁତ କରିବାକୁ ପଡିବ। ବିଶ୍ୱର ଅନେକ ଦେଶର ଛାତ୍ରମାନେ ଏଠାକୁ ଆସିବା ଆରମ୍ଭ କରିଛନ୍ତି। ୨୦ରୁ ଅଧିକ ଦେଶର ଛାତ୍ରମାନେ ଏଠାରେ ଅଧ୍ୟୟନ କରୁଛନ୍ତି। ଯାହା ବସୁଧୈବ କୁଟୁମ୍ବକମ ଭାବନାର ଏକ ସୁନ୍ଦର ପ୍ରତୀକ।

Comments are closed.