Latest Odisha News

ବିଜେଡିର ବିଜେପି ସହ ଭିତିରିଆ ସମ୍ପର୍କ, ଆମେ ହେବୁ ମୁଖ୍ୟ ବିରୋଧୀ: କଂଗ୍ରେସ

ଭୁବନେଶ୍ୱର: ନିର୍ବାଚନ ଫଳାଫଳ ପରେ ଆଜି କଂଗ୍ରେସ ଦଳର ବିଧାୟକଙ୍କୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଦଳ ବିଧାନସଭାରେ କିଭଳି ଆଭିମୁଖ୍ୟ ରଖିବ ସେ ଦିଗରେ ଆଲୋଚନା ହୋଇଥିଲା। ହୋଟେଲ ଅଶୋକରେ ଆୟୋଜିତ ହୋଇଥିବା ଏହି ବୈଠକରେ ଦଳ କହିଛି, ବିଜେଡିର ବିଜେପି ସହ ଭିତିରିଆ ସମ୍ପର୍କ ରହିଛି ତେଣୁ ଓଡିଶାବାସୀଙ୍କ ସ୍ବର ବିଧାନସଭାରେ କଂଗ୍ରେସ ହେବ।

ଜୟପୁର ବିଧାୟକ ତାରା ବାହିନୀପତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦ୍ଦୋସ ସମେତ ୧୪ ବିଧାୟକ ବୈଠକରେ ଉପସ୍ଥିତ ଥିଲେ।

ପିସିସି ସଭାପତି କହିଛନ୍ତି, ପୂର୍ବ ସରକାର କଣ ପ୍ରତିଶ୍ରୁତି ଦେଇଥିଲା ଏବଂ କେତେ ପୂରଣ କରିଛି ତାକୁ କଂଗ୍ରେସ ନଜରରେ ରଖିଛି। ସେହିପରି କ୍ଷମତାକୁ ଫେରିଥିବା ବିଜେପି ମଧ୍ୟ କଣ ପ୍ରତିଶ୍ରୁତି ଦେଇଥିଲା ଏବଂ କିଭଳି ସରକାରର ଆଭିମୁଖ୍ୟ ରଖିବ ତାଉପରେ କଂଗ୍ରେସ ନଜର ରଖିଛି।

Comments are closed.