Latest Odisha News

ଆସନ୍ତାକାଲି ରାଜ୍ୟ ସ୍ତରୀୟ ଯୋଗ ଦିବସ ପାଳିବ ଓଡିଶା, ଜାଣନ୍ତୁ କେଉଁ ଜିଲ୍ଲାରେ ଉପସ୍ଥିତ ରହିବେ କିଏ?……

ଭୁବନେଶ୍ବର:  ଆସନ୍ତାକାଲି ଅନ୍ତର୍ଜାତୀୟ ଯୋଗ ଦିବସ । ନିରୋଗ ଓ ସୁସ୍ଥ ମନ ପାଇଁ ଆବଶ୍ୟକ ଯୋଗ । ଯାହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିବସ । ଏଥିପାଇଁ ଜମ୍ମୁ-କାଶ୍ମୀର ଗସ୍ତରେ ମୋଦି । ଗୁରୁବାର ଶ୍ରୀନଗରରେ କିଛି ପ୍ରକଳ୍ପର ଲୋକାର୍ପଣ କରିବା ପରେ ଶୁକ୍ରବାର ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇ ସେହିଠାରୁ ହିଁ ସାରା ଭାରତ ବାସୀଙ୍କୁ ଉଦ୍ବୋଧନ ଦେବେ ମୋଦି ।

ଏଥର ଓଡ଼ିଶାରେ ବିଜେପି ସରକାର ହେବା ପରେ ଓଡିଶାର ସବୁ ଜିଲ୍ଲାରେ ଏଥର ଯୋଗ ଦିବସ ପାଳନ କରାଯିବ । ଏଥିପାଇଁ ଜାରି ହୋଇଯାଇଛି ମନ୍ତ୍ରୀମାନଙ୍କ ତାଲିକା । କେଉଁ ଜିଲ୍ଲାରେ କେଉଁ ମନ୍ତ୍ରୀ ଉପସ୍ଥିତ ରହିବେ, ଏହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ନୋଟିସ ଜାରି କରାଯାଇଛି |

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମ୍ ଠାରେ ସକାଳ ୭ ଟା ସମୟରେ ଆୟୋଜିତ ରାଜ୍ୟ ସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଜ୍ୟମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକ ଗଣ ମଧ୍ୟ ଜିଲ୍ଲା ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ।

ତେବେ ଏହି ନୋଟିସ ଅନୁଯାୟୀ;

ମୁଖ୍ୟମନ୍ତ୍ରୀ ମୋହନ ମାଝୀ- କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବର

ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ- କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ବର

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ- କସ୍ତୁରବା ସ୍କୁଲ ପଡିଆ, ନୟାପଲ୍ଲୀ, ଖୋର୍ଦ୍ଧା

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା- କୋଣାର୍କ, ପୁରୀ

ପୁରୀ ସାଂସଦ ସମ୍ବିତ ପାତ୍ର- କୋଣାର୍କ, ପୁରୀ

ବାଚସ୍ପତି ସୁରମା ପାଢୀ- ନୟାଗଡ

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ- ଝାରସୁଗୁଡା

ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ- ଝାରସୁଗୁଡା

ଗ୍ରାମ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାୟକ- ସମ୍ବଲପୁର

ସ୍କୁଲ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ କଲ୍ୟାଣ, ସାମାଜିକ କଲ୍ୟାଣ ଓ ସଶକ୍ତକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ- ନବରଙ୍ଗପୁର

ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ- ନବରଙ୍ଗପୁର

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର- ଢେଙ୍କାନାଳ

ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି- ଢେଙ୍କାନାଳ

ଆଇନ, ଆଇନ ଓ ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ- ଖୋର୍ଦ୍ଧା

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ- ଭୁବନେଶ୍ବର

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ମନ୍ତ୍ରୀ ମୁକେଶ ମହାଲିଙ୍ଗ- ବଲାଙ୍ଗୀର

ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା- ବ୍ରହ୍ମପୁର, ଗଞ୍ଜାମ

ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ- ଛତ୍ରପୁର, ଗଞ୍ଜାମ

ଗୃହ ଓ ନଗର ଉନ୍ନୟନ, ସାଧାରଣ ଅଭିଯୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର- ବାରିପଦା, ମୟୂରଭଞ୍ଜୟ

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ନିଯୁକ୍ତି ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ- ରାଇରଙ୍ଗପୁର, ମୟୂରଭଞ୍ଜ

ମୟୂରଭଞ୍ଜ ସାଂସଦ ନବ ଚରଣ ମାଝୀ- ରାଇରଙ୍ଗପୁର, ମୟୂରଭଞ୍ଜ

ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ- ଭଦ୍ରକ

ଭଦ୍ରକ ବିଧାୟକ ସିତାଂଶୁ ଶେଖର ମହାପାତ୍ର- ଭଦ୍ରକ

ସମବାୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ- ଯାଜପୁର

ଯାଜପୁର ସାଂସଦ ରବି ନାରାୟଣ ବେହେରା- ଯାଜପୁର

ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅତିକ୍ଷୁଦ୍ର ଓ କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ- ପୋଲସରା, ଗଞ୍ଜାମ

ଆସ୍କା ସାଂସଦ ଅନିତା ପ୍ରିୟଦର୍ଶୀନୀ ପଟ୍ଟନାୟକ- ପୋଲସରା, ଗଞ୍ଜାମ

ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ବାଇଁ- ଜଗତସିଂପୁର

ଜଗତସିଂପୁର ସାଂସଦ ବିଭୁ ପ୍ରସାଦ ତରାଇ- ଜଗତସିଂପୁର

କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ- ଫୁଲବାଣୀ, କନ୍ଧମାଳ

ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ- ଫୁଲବାଣୀ, କନ୍ଧମାଳ

କଳାହାଣ୍ଡି ସାଂସଦ ମାଲଭିକା କେଶରୀ ଦେଓ- ଭବାନୀପାଟଣା, କଲାହାଣ୍ଡି

ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ- ବାଲେଶ୍ବର

ବାଲେଶ୍ବର ବିଧାୟକ ମାନସ କୁମାର ଦତ୍ତ- ବାଲେଶ୍ବର

କଟକ ସାଂସଦ ଭର୍ତ୍ତୁହରି ମହତାବ- କଟକ

କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ- କଟକ

କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା- କେନ୍ଦ୍ରାପଡା

ମହାକାଳପଡା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ- କେନ୍ଦ୍ରାପଡା

କେଉଁଝର ସାଂସଦ ଅନନ୍ତ ନାୟକ- କେଉଁଝର

ପାଟନା ବିଧାୟକ ଅଖିଳ ଚନ୍ଦ୍ର ନାୟକ- କେଉଁଝର

ଅନୁଗୁଳ ସାଂସଦ ପ୍ରତାପ ଚନ୍ଦ୍ର ପଧାନ- ଅନୁଗୁଳ

ବରଗଡ ସାଂସଦ ପ୍ରଦୀପ ପୁରୋହିତ- ବରଗଡ

ବରଗଡ ବିଧାୟକ ଅଶ୍ବିନୀ କୁମାର ଷଡଙ୍ଗୀ- ବରଗଡ

ବୌଦ୍ଧ ବିଧାୟକ ସରୋଜ ପ୍ରଧାନ- ବୌଦ୍ଧ

ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା- ଦେଓଗଡ

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର- ପାରଳାଖେମୁଣ୍ଡି, ଗଜପତି

କୋରାପୁଟ ବିଧାୟକ ରଘୁରାମ ମାଛ- କୋରାପୁଟ

ମାଲକାନଗିରି ବିଧାୟକ ନରସିଂହ ମାଡକାମି- ମାଲକାନଗିରି

ଧର୍ମଗଡ ବିଧାୟକ ସୁଧୀର ପଟ୍ଟଯୋଶୀ- ନୂଆପଡା

ନବରଙ୍ଗପୁର ବିଧାୟକ ଗୌରିଶଙ୍କର ମାଝୀ- ରାୟଗଡ

ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲ୍- ସୋନପୁର, ସୁବର୍ଣ୍ଣପୁର

ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ- ସୁନ୍ଦରଗଡ

Comments are closed.