Latest Odisha News

BREAKING NEWS

ହାଣ୍ଡିଶାଳରେ ଚଡ଼କ, ମୁଣ୍ଡ ବିନ୍ଧାର କାରଣ ପାଲଟିଛି ସବୁଜ ପରିବା

ଭୁବନେଶ୍ୱର : ନିର୍ବାଚନ ସରିବା ପରେ ଏବେ ପରିବା ଦରରେ ଲାଗିଲା ନିଆଁ । ଲଗାତାର ଭାବେ ବଢିଚାଲିଛି ପରିବା ଦର । ବଜାରରୁ ଘର, ଘରଠୁ ହୋଟେଲ ସବୁଠି ପରିବା ଚର୍ଚ୍ଚା । ବର୍ଦ୍ଧିତ ଦରରେ କେବେ ଲାଗିବ ରୋକ୍ ସେନେଇ ଚିନ୍ତାରେ ଖାଉଟି । ଅଧିକାଂଶ କଞ୍ଚା ପରିବା କିଲୋପ୍ରତି ଦାମ ୫୦ ଟଙ୍କା ଉପରେ ପହଞ୍ଚିଛି । ଆଳୁ କିଲୋ ୩୫ ଟଙ୍କା ଥିବାବେଳେ ପିଆଜ ୪୦ ଟଙ୍କା ରହିଛି । ସେହିପରି ଭେଣ୍ଡି ୫୦ ଟଙ୍କା, ପୋଟଳ ୪୦ରୁ ୭୦ ଟଙ୍କା, ଝୁଡଙ୍ଗ ୫୦, ଟମାଟୋ ୭୫ ଟଙ୍କା ରହିଛି । ସେହିପରି ଝୁଡଙ୍ଗ ୧୨୦ ଟଙ୍କା, ଟମାଟୋ ୧୦୦ ଟଙ୍କା, ଜହ୍ନ ୮୦ ଟଙ୍କା ରହିଛି ।

ଯେଉଁ ପରିବା କିଣିଲେ କିଲୋ ପ୍ରତି ୫୦ ଟଙ୍କାରୁ କମ ନାହିଁ । ସ୍ଥିତି ଏମିତିକି ଜଣେ ସାଧାରଣ ଲୋକ ପକ୍ଷେ ପରିବା କିଣିବା ସମ୍ଭବ ହେଉ ନାହିଁ । ଅନେକ ପରିବା ଦର କିଲୋ ପ୍ରତି ୨୦ ରୁ ୩୦ ଟଙ୍କା ବୃଦ୍ଧି ପାଇଛି। ଯାହାକି ଖାଉଟିଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ଯାହାକୁ ନେଇ କେବଳ ଖାଉଟି କାହିଁକି ବରଂ ପରିବା ବ୍ୟବସାୟୀ ମାନେ ମଧ୍ୟ ଗୁରୁତର ଭାବରେ ପ୍ରଭାବିତ ହେଉଛନ୍ତି ।

୫୦ ତଳକୁ ବଜାରରେ ପରିବା ନାହିଁ । ଆଉ ଟଙ୍କା ହଜାରେ ନହେଲେ ବ୍ୟାଗ ଭର୍ତ୍ତି ହେଉନାହିଁ । ହାଟକୁ ଆସୁଥିବା ଗ୍ରାହକ ଦର ଶୁଣିଦେଲେ କାନମୁଣ୍ଡା ଆଉଁସି ଘରକୁ ଫେରିବା ସାର । ପରିବା କିଣିବାକୁ ଇଛା ଥିଲେ ବି ଆବଶ୍ୟକତା ହିସାବରେ ନୁହେଁ ବରଂ ପକେଟକୁ ଦେଖି ଅଢ଼େଇ ଶହ ନହେଲେ ଅଧାକିଲୋ କିଣି ନେଉଛନ୍ତି । ଗତ କିଛି ଦିନ ହେବ ପରିବା ମାର୍କେଟର୍ ଦରବୃଦ୍ଧି ଗ୍ରାହକଙ୍କୁ ଅସ୍ତବ୍ୟସ୍ତ କରୁଛି । ଚଢା ଦରର ଏ ବଜାରକୁ ନେଇ ଅଧିକ ଚିନ୍ତାରେ ଗୃହିଣୀ । ପରିବା ଡାଲାରୁ ଗାଏବ ପରିବା । କାଁ ଭାଁ ଗୋଟେ ଯୋଡେ ପରିବା ଡାଲାରେ ପଡିଥିବା ବେଳେ ଆଉ ଆଣିବାକୁ ଇଛା ହେଉନଥିବା କହିଛନ୍ତି ଗୃହିଣୀ ।

Comments are closed.