Latest Odisha News

‘ମୁଁ ଲଢୁଆ, କାଳି ମାଡ ଦବେଇପାରିବନି’; ଶରତ ପଟ୍ଟନାୟକ

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପରେ କାଳିମାଡ କରିଛନ୍ତି ଦୁଇ ଯୁବକ । କଂଗ୍ରେସ ଭବନ ଭିତରେ ପସି କାଳି ମାଡ କରିଛନ୍ତି । ତେବେ ଯୁବକ ଦୁଇ ଜଣ କିଏ ଓ କେଉଁ କାରଣରୁ ଏଭଳି କାଣ୍ଡ ଭିଆଇଛନ୍ତି ତାହା ଅସ୍ପଷ୍ଟ ଥିଲେ ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

ସେ କହିଛନ୍ତି, ଏ କାଳି ମାଡ । ଛାତ୍ର ନେତା ଜୀବନରେ କେତେ କ’ଣ ସମ୍ମୁଖୀନ କରିଛି । ଏହା ମୋ ପାଇଁ ନୂଆ ନୁହେଁ । କି ଏ କାଳି ମାଡରେ ମୁଁ ଦବିଯିବିନି ବୋଲି କହିଚନ୍ତି ଶରତ। ଛାତ୍ର ଜୀବନରେ ଥିବା ବେଳେ ଅଣ୍ଡା, ପଥର ମାଡ଼ ବହୁତ ଖାଇଛି ତେଣୁ ଏହା ମୋତେ ବ୍ୟଥିତ କରୁନାହିଁ  କି ଏଥିରେ ଦବି ଯିବାର ପ୍ରଶ୍ନ ଉଠୁନି ବୋଲି କଡା କରି କହିଛନ୍ତି ଶରତ ।

ସେପଟେ ଏହି କାଳି ମାଡ ବିରୋଧୀଙ୍କ ପ୍ରୟାସ ବୋଲି ଇଙ୍ଗିତ କରିଛନ୍ତି ଶରତ । ସେ କହିଛନ୍ତି, ଦେଶରେ ପରୀକ୍ଷାକୁ ନେଇ ଯେପରି ଛାତ୍ରଙ୍କ ଭବିଷ୍ୟତ ସହ ଖେଳାଯାଉଛି ତାହା  ଗ୍ରହଣୀୟ ନୁହେଁ । ଏଥିପାଇଁ କଂଗ୍ରେସ ଆଜି ଦେଶବ୍ୟାପି ବିକ୍ଷୋଭ ଜାରି ରଖିଛି । ଏହାକୁ ଦବେଇବାକୁ କିଛି ଲୋକ ମୋ ଉପରେ କାଳି ମାଡ କରିଛନ୍ତି । ହେଲେ ମୁଁ ଡରିବି ନାହିଁ କି ପଛ ଘୁଞ୍ଚା ମଧ୍ୟ ଦେବିନାହିଁ ବୋଲି ରୋକ ଠୋକ କହିଛନ୍ତି ଶରତ ପଟ୍ଟନାୟକ । ସେ ଆହୁରି ମଧ୍ୟ କହିଛନ୍ତି, ଏହା ଗାନ୍ଧୀଙ୍କ ଦଳ । ଅହିଂସା ଓ ନ୍ୟାୟ ଆମର ନୀତି । ତେଣୁ ଭାଜପା ଯେଉଁଭଳି ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ କରିଛି ସେନେଇ ସ୍ବର ଉତ୍ତୋଳନ କରିଛି କଂଗ୍ରେସ । ଆଉ କରୁଥିବ ମଧ୍ୟ ।

Comments are closed.