Latest Odisha News

BREAKING NEWS

ଆରମ୍ଭ ହେଲା ସଂସଦର ସ୍ବତନ୍ତ୍ର ଅଧିବେଶନ, ସାଂସଦ ଭାବେ ଶପଥ ନେଲେ ମୋଦି

ନୂଆଦିଲ୍ଲୀ: ଆରମ୍ଭ ହେଲା ଅଷ୍ଟାଦଶ ସଂସଦର ସ୍ବତନ୍ତ୍ର ଅଧିବେଶନ । କାମଚଳା ବାଚସ୍ପତି ଭାବେ ଗୃହ ପରିଚାଳନା କରୁଛନ୍ତି ଭର୍ତ୍ତୃହରି ମହତାବ । ଏହା ସହିତ ଜଣ ଜଣ କରି ନବନିର୍ବାଚିତ ସାଂସଦ ମାନଙ୍କୁ ଶପଥ ଗ୍ରହଣ କରାଉଛନ୍ତି ମହତାବ । ଏହାରି ଭିତରେ ତୃତୀୟ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ତାଙ୍କୁ ଶପଥ ପାଠ କରାଇଛନ୍ତି । ଏହା ପରେ ଗୃହ ମନ୍ତ୍ରୀ ଅମିତ ଶାହା, ରକ୍ଷାମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନିତୀନ ଗଡକାରୀଙ୍କ ସମେତ ଅନ୍ୟାନ୍ୟ ନବନିର୍ବାଚିତ ସାଂସଦ ମାନେ ମଧ୍ୟ ଶପଥ ନେଉଛନ୍ତି  । ଏହା ସହିତ ନୂତନ ସଂସଦ ଗୃହରେ ଆଜି ଓଡିଆରେ ଶପଥ ଗ୍ରହଣ କରିଛନ୍ତି ସମ୍ବଲପୁର ସାଂସଦ ତଥା ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ତେବେ ସୋମବାର ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି ।  ଏହି ଅଧିବେଶନ ଚାଲୁଥିବେ ବେଳେ ପ୍ରଥମ ଥର ପାଇଁ ସଂସଦର ନୂତନ ଗୃହରେ ଚାଲିଛି ଶପଥ ଗ୍ରହଣ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରୁଛନ୍ତି । କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ ଶପଥ ଗ୍ରହଣ କରାଉଛନ୍ତି । ଆଜି ଓ ଆସନ୍ତାକାଲି ୨ଦିନ ଧରି ଏହି ଶପଥ ପାଠ କାର୍ଯ୍ୟକ୍ରମ ଚାଲିବ ।

 

Comments are closed.