Latest Odisha News

BREAKING NEWS

ସହରର ଟ୍ରାଫିକ୍ ପୋଷ୍ଟରୁ ହଟିବ ରେଡ୍ ଲାଇଟ୍

ଭୁବନେଶ୍ନର: ସହରରେ ଏଣିକି ଆଉ ଟ୍ରାଫିକ ପୋଷ୍ଟରେ ରହିବନି ରେଡ୍ ଲାଇଟ୍ । ଘଣ୍ଟା ଘଣ୍ଟା ଧରି ଆଉ ଟ୍ରାଫିକରେ ଆଉ ଲୋକେ ଅପେକ୍ଷା କରିବେ ନାହିଁ । ଏହାର ପରିବର୍ତ୍ତେ କିଛି ବିକଳ୍ପ ବ୍ୟବସ୍ଥା କରାଯିବ । କିଛି ଏମିତି ଘୋଷଣା କରିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ।

ଟ୍ରାଫିକରେ ରେଡ୍ ଲାଇଟକୁ ନେଇ ମନ୍ତ୍ରୀ କହିଛନ୍ତି, ରେଡ୍ ଲାଇଟ୍ ସମସ୍ୟା ନେଇ ଯଥାଶୀଘ୍ର ପଦକ୍ଷେପ ନିଆଯିବ । ବ୍ୟସ୍ତବହୁଳ ଜୀବନରେ ରେଡ୍ ଲାଇଟ ଯୋଗୁଁ ସାଧାରଣ ଲୋକଟିଏ ହଇରାଣ ହେଉଛି । ଟ୍ରାଫିକରେ ଘଣ୍ଟା ଘଣ୍ଟା ଛିଡା ହେଉଛି । ଏହି ସମସ୍ୟକୁ ଏଡାଇବା ପାଇଁ ଟ୍ରାଫିକ ବ୍ୟବସ୍ଥାକୁ କୋହଳ କରାଯିବ । ରେଡ୍ ଲାଇଟ ହଟାଯାଇ ଏହାର କିଛି ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିସହିତ ଯେଉଁ ରାସ୍ତାରେ ଅଧିକାଂଶ ସମୟ ଟ୍ରାଫିକ ସମସ୍ୟା ରହୁଛି ସେଠି ସଭର ବ୍ରିଜ୍ କିମ୍ବା ପାର୍ଶରାସ୍ତା କରାଯିବ ସେନେଇ ଯୋଜନା ଚାଲୁଛି ବୋଲି ମନ୍ତ୍ରୀ କହିଛନ୍ତି ।

 

Comments are closed.