Latest Odisha News

BREAKING NEWS

ବାଚସ୍ପତି ନିର୍ବାଚନ ପୂର୍ବରୁ ସମାନ୍ତରଳ ଭାବେ ଦିଲ୍ଲୀରେ ଶାସକ-ବିରୋଧୀଙ୍କ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି ବାଚସ୍ପତି ନିର୍ବାଚନ। ସ୍ବାଧୀନ ଭାରତରେ ପ୍ରଥମ ଥର ପାଇଁ ଦେଶ ଦେଖିବାକୁ ଯାଉଛି ବାଚସ୍ପତି ନିର୍ବାଚନ। ଶାସକ ଦଳ ପାଖରେ ସଂଖ୍ୟା ଥିଲେ ମଧ୍ୟ ଅନ୍ୟାନ୍ୟା ଦଳ ଏବଂ ସ୍ବାଧୀନ ସାଂସଦଙ୍କ ସହିତ ଯୋଗଯୋଗ କରାଯାଇ ରେକର୍ଡ ଭୋଟରେ ବାଚସ୍ପତି ପ୍ରାର୍ଥୀ ଓମ୍ ବିର୍ଲାଙ୍କୁ ବିଜୟ କରିବାକୁ ଯୋଜନା ଚାଲିଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏଥିପାଇଁ ପ୍ରସ୍ତୁତ କରିଛନ୍ତି ରଣନୀତି। ଅମିତ ଶାହା ସନ୍ଧ୍ୟାରେ ଶାସକ ମେଣ୍ଟର ସାଂସଦ ଓ ଦଳୀୟ ନେତାଙ୍କ ସହ ବୈଠକ କରି ଆସନ୍ତାକାଲି ସକାଳ ସାଢ଼େ ୧୦ଟା ସୁଦ୍ଧା ସଂସଦରେ ପହଞ୍ଚିବାକୁ କହିଛନ୍ତି। ଉପସ୍ଥିତ ରହିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।

ଦଶନ୍ଧି ମଧ୍ୟରେ ପ୍ରଥମ ଥର ପାଇଁ ବାଚସ୍ପତି ନିର୍ବାଚନ ପୂର୍ବାହ୍ନ ୧୧ଟାରେ ହେବ। ବର୍ତ୍ତମାନ ସୁଦ୍ଧା ସର୍ବସମ୍ମତିକ୍ରମେ ବାଚସ୍ପତି ଚୟନ କରାଯାଉଥିଲା। କିନ୍ତୁ ଲୋକସଭାରେ ସଂଖ୍ୟାକୁ ନେଇ ଉତ୍ସାହିତ ହୋଇ ବିରୋଧୀ ମାନେ ପ୍ରୋଟେମ୍ ସ୍ପିକର ଓ ଉପବାଚସ୍ପତି ପଦ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି।

ବିରୋଧୀ ପ୍ରଥମେ ଆଶା କରିଥିଲେ ଯେ ସୁରେଶ କାମଚଳା ବାଚସ୍ପତି ହେବେ, ଯାହା ଗୃହର ସବୁଠାରୁ ବରିଷ୍ଠ ସଦସ୍ୟଙ୍କ ପାଇଁ ଯିବ। ଏହାପରେ ସରକାର ସ୍ପଷ୍ଟ କରିଦେଇଥିଲେ ଯେ ସେମାନେ ବର୍ତ୍ତମାନ ପାଇଁ ଉପବାଚସ୍ପତି ପଦ କିମ୍ବା ବିରୋଧୀଙ୍କ ଦାବି ଉପରେ ବିଚାର କରୁନାହାଁନ୍ତି ।

ବାଚସ୍ପତି ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲର ଧାର୍ଯ୍ୟ ସମୟ ସୀମାକୁ ଆଉ ୧୦ ମିନିଟ୍ ବାକି ଥିବା ବେଳେ କଂଗ୍ରେସ କେ ସୁରେଶଙ୍କୁ ବିଜେପିର ପ୍ରାର୍ଥୀ ଓମ ବିର୍ଲାଙ୍କ ବିରୋଧରେ ପ୍ରାର୍ଥୀ କରି ନାମାଙ୍କନ ପତ୍ର ଦାଖଲ କରିଛି।

ଏବେ ଯେଉଁ ସଂଖ୍ୟା ରହିଛି, ତାହା ବିରୋଧୀଙ୍କ ସପକ୍ଷରେ ନାହିଁ। ବାଚସ୍ପତି ଉପସ୍ଥିତ ରହି ମତଦାନ କରୁଥିବା ସାଂସଦଙ୍କ ମଧ୍ୟରୁ ସାଧାରଣ ସଂଖ୍ୟାଗରିଷ୍ଠତା ଦ୍ୱାରା ନିର୍ବାଚିତ ହୁଅନ୍ତି। ବିରୋଧୀ ଗୋଷ୍ଠୀର ୨୩୨ ଭୋଟ୍ ତୁଳନାରେ ଏନଡିଏ ୨୯୩ ଭୋଟ୍ ଆଶା କରିପାରେ। ଅନ୍ୟପଟେ ଆନ୍ଧ୍ରପ୍ରଦେଶରେ ଜଗନ ରେଡ୍ଡୀଙ୍କ ଦଳର ଚାରି ସାଂସଦ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ଘୋଷଣା କରିସାରିଛନ୍ତି। ଶାହାଙ୍କ ବୈଠକରେ ବିହାରର ସହଯୋଗୀ ଚିରାଗ ପାସୱାନ, ଜିତନ ରାମ ମାଞ୍ଝି ଏବଂ ଅନ୍ୟ କିଛି ସାଂସଦ ଯୋଗ ଦେଇଥିଲେ ।

ସେହିପରି ଅଧିକାଂଶ ବିରୋଧୀ ଦଳର ସାଂସଦ ଯେପରି ଅନୁପସ୍ଥିତି ନହୁଅନ୍ତି ସେଥିପାଇଁ ହ୍ୱିପ୍ ଜାରି ହୋଇଛି। ସନ୍ଧ୍ୟାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ବାସଭବନରେ ଏକ ବୈଠକ ବସିଛି। ଯେଉଁଥିରେ ତୃଣମୂଳ କଂଗ୍ରେସ ଯୋଗ ଦେଇଥିବା ସୂଚନା ରହିଛି। ପ୍ରଥମେ କିନ୍ତୁ ଏହି ବଡ଼ ପଦକ୍ଷେପ ପାଇଁ ପରାମର୍ଶ କରାଯାଇ ନଥିବାରୁ ଅସନ୍ତୁଷ୍ଟ ତୃଣମୂଳ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଥିଲା।

ସଂସଦୀୟ ବ୍ୟାପାର ବିଭାଗ ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ସର୍ବସମ୍ମତ ପ୍ରାର୍ଥୀ ପାଇଁ ଶେଷ ନିବେଦନ ଜାରି କରିଛନ୍ତି।

Comments are closed.