Latest Odisha News

BREAKING NEWS

ମର୍ଣ୍ଣିଙ୍ଗ ୱାକ୍ ବେଳେ ଲୁଟ୍, ଧାରୁଆ ଅସ୍ତ୍ର ଦେଖାଇ ମହିଳାଙ୍କ ଠାରୁ ଲୁଟି ନେଲେ ସୁନା ଚେନ୍

କଟକ: ମର୍ଣ୍ଣିଂୱାକ୍‌ ବେଳେ ମହିଳାଙ୍କଠୁ ସୁନା ଚେନ୍‌ ଲୁଟ୍‌।ବାଲିକୁଦା ଜଗନ୍ନାଥ କଲୋନୀରେ ମହିଳାଙ୍କ ଠାରୁ ଲୁଟ୍‌। ୩ ଜଣ  ଦୁର୍ବୃତ୍ତ ବାଇକରେ ଆସି ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନା ଚେନ। ଲୁଟ୍‌ ନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି ମହିଳା।

ସୂଚନା ଅନୁସାରେ, କଟକ ସଦର ଥାନା ଅଞ୍ଚଳର ଜଣେ ମହିଳା ଆଜି ସକାଳେ ମର୍ଣ୍ଣିଂ ୱାକରେ ଯାଉଥିବା ବେଳେ କିଛି ଯୁବକ ବାଇକରେ ଆସି ତାଙ୍କ ଠାରୁ ସୁନା ଚେନ୍ ଛିଡାଇ ନେଇଯାଇଥିଲେ । ଏନେଇ କଟକ ସଦର ଥାନାରେ ଏତଲା ଦେଇଛନ୍ତି ଉକ୍ତ ମହିଳା ଜଣ ଲୁଟ୍ ଘଟଣାର ପୁରା ଚିତ୍ର ସିସିଟିଭିରେ କଏଦ ହୋଇଛି । କଟକ ସଦର ଥାନାରେ ଏତଲା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିି ଛାନଭିନ୍ ଆରମ୍ଭ କରିଛି । ମହିଳାଙ୍କୁ ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି

Comments are closed.