Latest Odisha News

ସ୍ବଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ବବିଜୟୀ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଫେରିଲା ବିଶ୍ବବିଜୟୀ ଟିମ୍ ଇଣ୍ଡିଆ। ସ୍ବଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଖେଳାଳି। ଏହି ଅବସରରେ କ୍ଯାପଟେନ ରୋହିତ ଶର୍ମା ଏବଂ ମୁଖ୍ଯ କୋଚ ରାହୁଲ ଦ୍ରାବିଡ ପ୍ରଧାନମନ୍ତ୍ରୀଙ୍କ ହାତକୁ ଟ୍ରଫି ହସ୍ତାନ୍ତର କରିଥିଲେ ।

ଆଜି ସକାଳେ ଏୟାର ଇଣ୍ଡିଆର ସ୍ବତନ୍ତ୍ର ବିମାନ ଯୋଗେ ଆଜି ଦିଲ୍ଲୀରେ ପହଞ୍ଚିଲେ ଭାରତୀୟ ଟିମ। ଦିଲ୍ଲୀରେ ପହଞ୍ଚିବାପରେ ସେଠାରେ ଖେଳାଳିଙ୍କୁ ସ୍ବାଗତ କରାଯାଇଥିଲା।
ଏହାପରେ ଟିମ୍ ମୁମ୍ବାଇ ଅଭିମୁଖେ ବାହାରିଛନ୍ତି। ମୁମ୍ବାଇରେ ପହଞ୍ଚିବା ପରେ ଅପରାହ୍ନ ୫ଟାରୁ ଟିମ୍ ଇଣ୍ଡିଆର ଭିକଟ୍ରି ପରେଡ୍ ବା ବିଜୟ ଉତ୍ସବ ପାଳନ ହେବ ।

ୱେଷ୍ଟଇଣ୍ଡିଜର ବାରବାଡୋସରେ ଘୂର୍ଣ୍ଣିଝଡ଼ ପରେ ଫସି ରହିଥିଲା ଭାରତୀୟ ଟିମ୍। ଚଳିତ ଟି-୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ମାତ୍ ଦେଇ ଚାମ୍ପିୟନ ହୋଇଛି ଟିମ୍ ଇଣ୍ଡିଆ । ଦୀର୍ଘ ୧୭ ବର୍ଷ ପରେ ପୁଣିଥରେ ଟି-୨୦ ବିଶ୍ୱକପ ଚାମ୍ପିୟନ ହୋଇଛି ଭାରତୀୟ ଦଳ।

Comments are closed.