Latest Odisha News

ଅନାବଶ୍ୟକ ଚିକିତ୍ସା ପରାମର୍ଶ ଦେଇ ଅଡୁଆରେ ସାମନ୍ଥା ରୁଥ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୂ ଅନାବଶ୍ୟକ ଚିକିତ୍ସା ପରାମର୍ଶ ଦେଇ ଏବେ ଅଡୁଆରେ ପଡିଛନ୍ତି । ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ସାମନ୍ଥା କହିଥିଲେ ଯେ, ଭାଇରାଲ ଇନଫେକଶନ ପାଇଁ ହାଇଡ୍ରୋଜେନ ପେରୋକ୍ସସାଇଡ ନେବୁଲାଇଜେଶନ କରିବାକୁ ପରାମର୍ଶ ଦେଇଥିଲେ । ଏହା ଯାଦୁ ପରି କାମ କରୁଛି । ତାଙ୍କୁ ସାଇରିଆକ ଆବେ ଫିଲିପ୍ସ ସମାଲୋଚନା କରିଛନ୍ତି । ସେ କହିଥିଲେ ସାମନ୍ଥାଙ୍କୁ ଜେଲକୁ ପଠାଇଦେବା ଉଚିତ । ସେ ଜଣେ ଅଶକ୍ଷିତ ଓ ମୂର୍ଖ । ତାଙ୍କର ମେଡିକାଲ ସାଇନ୍ସ ଉପରେ କୌଣସି ବୁଦ୍ଧି ନାହିଁ । ହାଇଡ୍ରୋଜେନ ପେରଅକ୍ସାଇଡ ଶୁଙ୍ଘିଂଲେ କେତେ ମାରାତ୍ମକ ତାହା ବୋଧହୁଏ ସେ ଜାଣି ନାହାନ୍ତି ବୋଲି ଡାକ୍ତର କହିଛନ୍ତି ।

ସାମନ୍ଥା ଏହାର ଜବାବରେ କହିଥିଲେ, ମୁଁ ଏହି ସମସ୍ୟାରେ ପଡିଥିଲି । ଅନେକ ପ୍ରକାରର ଔଷଧ ସେବନ କରି ନିରାଶ ହୋଇଥିଲି । ଏବେ ଏହି ପରୀକ୍ଷଣ ମୋତେ ସଙ୍ଗେ ସଙ୍ଗେ ଆରୋଗ୍ୟ ପ୍ରଦନା କରିଛି । ତାହା ମୁଁ ଅନ୍ୟମାନଙ୍କ ସହିତ ଶେୟାର କରିଛି । ମୁଁ ମୂର୍ଖ ନୁହେଁ । ମୋତେ ବି ଜଣେ ଡାକ୍ତର ଏହି ପରାମର୍ଶ ଦେଇଥିଲେ । ସେ ୨୫ ବର୍ଷ ଡିଆରଡିଓରେ କାର୍ଯ୍ୟ କରିଛନ୍ତି । ମୋତେ ଫିଲିପ୍ସ ଯେଉଁ ଭଳି ଭାବେ କହିଲେ ତାହା ଗ୍ରହଣୀୟ ନୁହେଁ । ସେ ତାଙ୍କ ଭାଷା ସରଳ କରିପାରିଥାନ୍ତେ ବୋଲି ସାମନ୍ଥା କହିଛନ୍ତି ।

Comments are closed.