Latest Odisha News

BREAKING NEWS

ହୁତୁ ହୁତୁ ହୋଇ ଜଳିଗଲା ଇଲେକ୍ଟ୍ରୋନିକ୍ସ ଗୋଦାମ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ହଂସପାଳରେ ଥିବା ଏକ ଗୋଦାମରେ ଅଗ୍ନିକାଣ୍ଡ। ଲକ୍ଷାଧିକ ଟଙ୍କାର ଇଲେକ୍ଟ୍ରୋନିକ୍ସ ଗୋଦାମଟି ନିଆଁରେ ପୋଡି ଛାରଖାର ହୋଇଯାଇଛି। ସମ୍ପନି ମଲ୍ ନିକଟରେ ଥିବା ଏହି ଗୋଦାମରେ ନିଆଁ ଏଭଳି ଲାଗିଥିଲ ଯେ ସଂପୃକ୍ତ ଅଞ୍ଚଳରେ ଆକାଶରେ ଧୂଆଁର ଚାଦାର ରହିଥିବା ଦେଖିବାକୁ ମିଳିଥିଲା।

ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଅପରାହ୍ନ4ଟାରେ ନିଆଁ ଟିକେ ଟିକେ ହୋଇ ଲାଗିଥିଲା। ସଂଧ୍ୟା ବେଳକୁ ବହୁତ ଜୋରରେ ନିଆଁ ବ୍ୟାପିଥିଲା। ଗୋଦାମରେ ଫ୍ରିଜ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ରହିଥିଲା। ନିଆଁର ସଂସ୍ପର୍ଶରେ ଆସିବା ପରେ ଏହାସବୁ ବିସ୍ପୋରଣ କରିଥିଲା। ତେଣୁ ଆଖପାଖରେ ରୁଦ୍ରପୁର ଗାଁଲୋକେ ଭୟଭୀତ ହେଇଥିଲେ।

ତେବେ ଖବର ପାଇ ଅଗ୍ନିଶମ ବିହାନୀ ନିଆଁଲିଭା କାମରେ ଲାଗିଥିଲା। ତେବେ ଏହି ଗୋଦାମର ମାଲିକ କିଏ, ଗୋଦାମରେ ଅଗ୍ନିନିର୍ବାପକ ସୁରକ୍ଷା ରହିଥିଲା କି ନାହିଁ ତାହା ଖବର ଲେଖାଯିବା ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ। କିନ୍ତୁ ବ୍ୟାପକ ପରିମାଣରେ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି।

Comments are closed.