Latest Odisha News

ରଥଯାତ୍ରା ଅବସରରେ ‘ଶ୍ରୀଜଗନ୍ନାଥ’ଶୀର୍ଷକ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ

ପୁରୀ : ପବିତ୍ର ରଥଯାତ୍ରା ଉପଲକ୍ଷେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀଠାରେ ଶ୍ରୀଜଗନ୍ନାଥ ଶୀର୍ଷକରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଶ୍ରୀଜଗନ୍ନାଥ ଓ ରଥଯାତ୍ରା ଉପରେ ପର୍ଯ୍ୟବେଷିତ କଳାକୃତିଗୁଡିକ ଚମତ୍କାର ହୋଇଛି ବୋଲି ମନ୍ତ୍ରୀ କହିବା ସହ ଚିତ୍ରଶିଳ୍ପୀମାନଙ୍କୁ ବିଭାଗ ପକ୍ଷରୁ ସାଧୁବାଦ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ମଧୁସୂଦନ ଦାସ, ସ୍ଵତନ୍ତ୍ର ଶାସନ ସଚିବ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଦେବାନନ୍ଦ ବରିହା , ଉପ ନିର୍ଦ୍ଦେଶକ ଓ ସଚିବ, ଓଡ଼ିଶା ଲଳିତ କଳା ଏକାଡେମୀ, ଏକାଡେମୀର ସଦସ୍ୟ ଓ ପୁରୀର ଶତାଧିକ ଚିତ୍ରଶିଳ୍ପୀ ଯୋଗ ଦେଇଥିଲେ।

 

Comments are closed.