Latest Odisha News

BREAKING NEWS

ଦୁଇ ଦିନିଆ ରଥ ଟଣା; ଅଧା ବାଟରେ ଅଟକିଲେ ଶ୍ରୀଜିଉ

ପୁରୀ: ଦୁଇ ଦିନିଆ ରଥ ଟଣାରେ ଆଜି ଅଳ୍ପ ବାଟ ଯାଇ ଅଟକିଲେ ଶ୍ରୀଜିଉ । ସିଂହଦ୍ବାର ଠାରୁ ମାତ୍ର ସ୍ବଳ୍ପ ଦୂର ବାଟ ଯାଇ ଅଟକିଲେ କାଳିଆ ସାଆନ୍ତ । ସେହିପରି ଶ୍ରୀକୃଷ୍ଣ ସିନେମା ହଲ୍‌ ପାଖରେ ସୁଭଦ୍ରାଙ୍କ ଦର୍ପଦଳନ ରଥ ଅଟକିଥିବା ବେଳେ ମରିଚିକୋଟ ଛକରେ ଅଟକି ରହିଲା ବଡଭାଇ ବଳଭଦ୍ରଙ୍କ ତାଳଧ୍ବଜ ରଥ । ଆସନ୍ତାକାଲି ସକାଳୁ ପୁଣି ଆରମ୍ଭ ହେବ ରଥଟଣା । ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଶରଧାବାଲିରେ ପହଞ୍ଚିବେ ମହାବାହୁ ।

ରଥ ଉପରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ବଳଭଦ୍ରଙ୍କ ତାଳଧ୍ଵଜ ରଥକୁ ପ୍ରଥମେ ଟାଣି ନେଇଥିଲେ ଶ୍ରଦ୍ଧାଳୁ । ଘଣ୍ଟ, ଘଣ୍ଟା, କାହାଳୀ, ମୃଦଙ୍ଗ ଧ୍ୱନୀ ସାଙ୍ଗକୁ ହରିବୋଲ, ହୁଳହୁଳିରେ ବଡ଼ଦାଣ୍ଡ କମ୍ପି ଉଠିଥିଲା । ପ୍ରଥମେ ବଳଭଦ୍ରଙ୍କ ରଥଟଣା ନୀତି ଆରମ୍ଭ ହୋଇଥିବା ବେଳେ ପରେ ମା’ ସୁଭଦ୍ରା ଏବଂ ଶେଷରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଟଣା ହୋଇଥିଲେ । କିନ୍ତୁ ସଂନ୍ଧ୍ୟା ହେବାରୁ ଅଳ୍ପ କିଛି ବାଟ ଯାଇ ଅଟକିଥିଲେ ଶ୍ରୀଜିଉ । ଏଥର ଦୁଇ ଦିନ ରଥଯାତ୍ରା ପଡୁଥିବାରୁ ଆସନ୍ତାକାଲି ପୁଣିଥରେ ରଥ ଟଣା ହେବ ।

Comments are closed.