Latest Odisha News

ମହୁଆଙ୍କ ନାଁରେ ଏଫଆଇଆର

ନୂଆଦିଲ୍ଲୀ: ମହୁଆ ମୋଇତ୍ରଙ୍କୁ ଝଟକା। ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମାଙ୍କ ଉପରେ ଅଭଦ୍ର ଟିପ୍ପଣୀ ଦେବା ଅଭିଯୋଗରେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବିରୋଧରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ରବିବାର ଏଫଆଇଆର୍ କରିଛି। ନୂଆ ଫୌଜଦାରୀ ଆଇନର ଧାରା ୭୯(ଶବ୍ଦ, ଇସାରା କିମ୍ବା ହରକତ ଦ୍ୱାରା ମହିଳାଙ୍କ ସ୍ୱାଭିମାନକୁ ଅପମାନିତ କରିବା) ଅନୁସାରେ ଏହି ମାମଲା ରୁଜୁ ହୋଇଛି।

ଏଥିନେଇ ମହିଳା କମିଶନ ଅଧ୍ୟକ୍ଷା ଦିଲ୍ଲୀ ପୋଲିସରେ ଅଭିଯୋଗ କରିଥିଲେ। ଉତ୍ତରପ୍ରଦେଶର ହାଥରସ ଦଳାଚକଟା ଘଟଣାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଗତ ଗୁରୁବାର ରେଖା ଶର୍ମା ଯାଇଥିଲେ। ତାଙ୍କ ସହିତ ଜଣେ ବ୍ୟକ୍ତି ଛତା ଧରି ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।

ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କିଛି ୟୁଜର୍ସ ରେଖା ଶର୍ମା କଣ ନିଜ ପାଇଁ ଛତା ଧରିପାରୁନାହାଁନ୍ତି କି ବୋଲି ପ୍ରଶ୍ନ କରିଥିଲେ। ଏହି ଭିଡିଓକୁ ମହୁଆ ମୋଇତ୍ର ନିଜ ସୋସିଆଲ ମଡିଆ ଏକ୍ସରେ ସେୟାର କରିବା ସହ ସେଥିରେ ଲେଖିଥିଲେ କି ରେଖା ଶର୍ମା ନିଜ ବସ୍‌ର ପାଜାମା ସମ୍ଭାଳିବାରେ ଭାରି ବ୍ୟସ୍ତ। ଏହି ପୋଷ୍ଟ ସେୟାର କରିବା ପରେ ବିବାଦ ବଢିବାକୁ ଲାଗିଲା। ତେଣୁ ବିବାଦ ବଢିବାରୁ ମହୁଆ ତାକୁ ଡିଲିଟ କରିଦେଇଥିଲେ।

Comments are closed.