Latest Odisha News

ୱିମ୍ବେଲଡନ ଟେନିସ: କ୍ୱାର୍ଟରରେ ଆଲକାରେଜ, ଶେଷ ହେଲା ମୁରେଙ୍କ କ୍ୟାରିୟର

ଲଣ୍ଡନ: ଚାମ୍ପିୟନ କାର୍ଲୋସ ଆଲକାରେଜ ଏଥର ଚମତ୍କାର ପ୍ରଦର୍ଶନ ଜାରୀ ରଖି ୱିମ୍ବେଲଡନ ଟେନିସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୪ର୍ଥ ରାଉଣ୍ଡରେ ସେ ଫ୍ରାନ୍ସର ଉଗୋ ହବର୍ଟଙ୍କୁ ୬-୩, ୬-୪, ୧-୬ ଓ ୭-୫ ସେଟରେ ପରାସ୍ତ କରିଥିଲେ । ସେହିପରି ଗ୍ରେଗୋର ଡେମିଟ୍ରିଭ ଆଘାତ ସମସ୍ୟା ଯୋଗୁ ଓହରି ଯିବା ଫଳରେ ଡାନିଏଲ ମେଡେଭେଡେଭ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି । ଇଂଲଣ୍ଡର ଷ୍ଟାର ଖେଳାଳି ତଥା ପୂର୍ବତନ ଏକ ନମ୍ବର ଆଣ୍ଡି ମୁରେଙ୍କ ୱିମ୍ବେଲଡେନ କ୍ୟାରିୟର ଶେଷ ହୋଇଯାଇଛି । ମିକ୍ସଡ ଡବଲ୍ସରେ ତାଙ୍କ ସାଥୀ ଏମ୍ମା ରାଡୁକାନୁ ଓହରିଯିବା ଫଳରେ ତାଙ୍କ କ୍ୟାରିୟରର ଶେଷ ହୋଇଯାଇଛି ।

ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଅବସର ନେବେ ବୋଲି ସେ ଘୋଷଣା କରିଥିଲେ । ୟୁଏସ ଓପନ ୨୦୨୪ ଓ ଅନ୍ୟ ପ୍ରଫେଶନାଲ ଟେନିସରେ ମଧ୍ୟ ଅଂଶଗ୍ରହଣ କରିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ । ମହିଳା ସିଙ୍ଗଲ୍ସରେ ଇଟାଲୀର ଜସ୍ମିନ ପାଓଲିନ ଆମେରିକାର ମେଡିସିନ କିଜଙ୍କୁ ହରାଇ କ୍ୱାର୍ଟରକୁ ଉନ୍ନୀତ ହୋଇଛନ୍ତି ।

Comments are closed.