Latest Odisha News

ହେମନ୍ତ ସୋରେନଙ୍କ ଜାମିନ ବାତିଲ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା ଇଡ଼ି

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜାମିନକୁ ଚ୍ୟାଲେଞ୍ଜ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି। ହେମନ୍ତ ସୋରେନଙ୍କୁ ଜାମିନ ଦେବା ପାଇଁ ଝାଡ଼ଖଣ୍ଡ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବେଆଇନ ବୋଲି ଖଣ୍ଡପୀଠ କହିଛନ୍ତି।

ଆବେଦନରେ ଇଡି କହିଛି ଯେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍) ମୁଖ୍ୟଙ୍କ ବିରୋଧରେ ପ୍ରାଥମିକ ଦୃଷ୍ଟିରୁ କୌଣସି ମାମଲା ନାହିଁ ବୋଲି କହି ହାଇକୋର୍ଟ ଭୁଲ୍ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଜମି ଦୁର୍ନୀତି ମାମଲାରେ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ପରେ ହେମନ୍ତ ସୋରେନ୍ ଜୁନ୍ ୨୮ ତାରିଖରେ ରାଞ୍ଚିର ବିର୍ସା ମୁଣ୍ଡା ଜେଲ୍ରୁ ବାହାରିଥିଲେ। ମୁକୁଳିବା ପରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଏମ୍ଏମ୍ ନେତା ଚମ୍ପାଇ ସୋରେନ୍ ନିଜ ପଦରୁ ଇସ୍ତଫା ଦେଇଥିଲେ | ଏହାପରେ ହେମନ୍ତ ସୋରେନ ବିଧାନସଭାରେ ଆସ୍ଥା ପ୍ରସ୍ତାବ ଆଣି ଆସ୍ଥା ଭୋଟ ଜିତି ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଜାନୁଆରୀ ୩୧ରେ ତାଙ୍କୁ ରାଞ୍ଚି ରାଜଭବନରୁ ଗିରଫ କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ହେମନ୍ତ ସୋରେନ୍ ଆଇଏଏସ୍ ଅଫିସର ତଥା ରାଞ୍ଚିର ପୂର୍ବତନ ଡେପୁଟି କମିସନର ଛବି ରଞ୍ଜନ, ଭାନୁ ପ୍ରତାପ ପ୍ରସାଦଙ୍କ ସମେତ ୨୫ରୁ ଅଧିକ ଲୋକଙ୍କୁ ଇଡି ଚଳିତ ବର୍ଷ ପ୍ରାରମ୍ଭରେ ଜମି ଦୁର୍ନୀତି ମାମଲାରେ ଗିରଫ କରିଥିଲା। ଗିରଫ ସମୟରେ ହେମନ୍ତ ସୋରେନ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଅସ୍ୱୀକାର କରି କହିଥିଲେ ଯେ ରାଜନୈତିକ ପ୍ରତିଶୋଧ ସ୍ୱରୂପ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛନ୍ତି।

Comments are closed.