Latest Odisha News

ଜମ୍ମୁ-କାଶ୍ମୀରରେ ଗ୍ରେନେଡ଼ ଆକ୍ରମଣ; ଜଣେ ମୃତ ୧୫ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଶ୍ରୀନଗରରେ ସୋମବାର ଦିନ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଖବର ମିଳିଛି ।

ମିଳିଥିବା ସୂଚନା ଅନୁସାରେ, ଆତଙ୍କବାଦୀମାନେ ଶ୍ରୀନଗରରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଗ୍ରେନେଡ୍‌ ଆକ୍ରମଣ କରିଥିଲେ। ତେବେ ଏଥିରେ କୌଣସି ସୁରକ୍ଷାକର୍ମୀଙ୍କର କ୍ଷତି ଘଟି ନଥିବା ବେଳେ ଜଣେ ଅଣକଶ୍ମୀରୀ ଯୁବକ ପ୍ରାଣ ହରାଇଛନ୍ତି ହୋଇଛନ୍ତି । ଆକ୍ରମଣଟି ମୌଲାନା ଆଜାଦ୍‌ ରୋଡ୍‌ରେ ହୋଇଥିଲା । ଏଥିରେ ୧୫ଜଣ ଆହତ ହୋଇଥିବା ନେଇ ସୂଚନା ରହିଛି ।


ଏହି ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ସମିପ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗମ୍ଭୀର ଥିବା ଜଣାପଡ଼ିଛି ।

ଗତ ୧୫ଦିନ ମଧ୍ୟରେ ଦ୍ୱିତୀୟ ଥର ଆତଙ୍କବାଦୀମାନେ ଗ୍ରେନେଡ୍‌ ଆକ୍ରମଣ କରିଥିବା ଜଣାପଡ଼ିଛି ।

ଫଟୋ-(ଏଏନଆଇ)

Comments are closed.