Latest Odisha News

BREAKING NEWS

ପୁରୀ ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଲାଗି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଶ୍ରୀମନ୍ଦିର ସଂସ୍କାର ସମ୍ପର୍କୀତ ଏକ ମଧ୍ୟବର୍ତ୍ତୀକାଳୀନ ରାୟ ସୋମବାର ଦିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ପ୍ରଦାନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାକୁ ସମ୍ପୂର୍ଣ୍ଣ ଭାବେ ତଦାରଖ କରିବାକୁ ଜଣେ ସ୍ଥାୟୀ ପ୍ରଶାସକଙ୍କ ନିଯୁକ୍ତିର ଆବଶ୍ୟକତା ରହିଛି ।

ନ୍ୟାୟମୂର୍ତ୍ତି ଅରୁଣ ମିଶ୍ରଙ୍କ ପରିଚାଳନାରେ ଏକ ଖଣ୍ଡପୀଠ ଆମିକସ୍ କ୍ୟୁରୀ ରଞ୍ଜିତ୍ କୁମାରଙ୍କ ପ୍ରଦତ୍ତ ରିପୋର୍ଟ ଅନୁଯାୟୀ ୨୨ଟି ନିର୍ଦ୍ଦେଶନାମା ଓଡ଼ିଶା ସରକାରଙ୍କୁ ପ୍ରଦାନ କରିଛନ୍ତି ।

ନିର୍ଦ୍ଦେଶାନାମାର ମୁଖ୍ୟ ନିର୍ଦ୍ଦେଶଗୁଡ଼ିକ:

୧ – ଜିଲ୍ଲା ପ୍ରଶାସନ ପୁରୀ ସହରରେ ବର୍ଜ୍ୟବସ୍ତୁ ପ୍ଲାଣ୍ଟ ନିର୍ମାଣ କରିବା ସହିତ ଏକକାଳୀନ ୬୦,୦୦୦ ତୀର୍ଥଯାତ୍ରୀଙ୍କ ଲାଗି ରହିବାର ବନ୍ଦୋବସ୍ତ ତଥା ସୁବିଧା କରିବା ଉଚିତ ।

୨ – ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସଂସ୍କୃତିର ପ୍ରଚାର ଓ ପ୍ରସାର ଲାଗି ରାଜ୍ୟ ସରକାର ଏବଂ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ସ୍କୁଲ ଓ କଲେଜ ନିର୍ମାଣ କରିବା ଆବଶ୍ୟକ ।

୩ – ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ଏହି ବିଦ୍ୟାଳୟ ସ୍ଥାପନ କରିବାକୁ ଉଦ୍ୟମ କଲେ ସୁପ୍ରିମକୋର୍ଟଙ୍କ ପାଣ୍ଠିରୁ ୬.୫ କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ଗଣମାଧ୍ୟମକୁ ସୂଚନାଦେଇ ରାଜ୍ୟ ଆଡ଼ଭୋକେଟ୍ ଜେନେରାଲ୍ ଅଶୋକ ପରିଜା କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ଏହି ଖଣ୍ଡପୀଠର ନିର୍ଦ୍ଦେଶାନାମାନୁଯାୟୀ ଶ୍ରୀମନ୍ଦିର ପରିଚାଳନାରେ ଯେପରି କୌଣସି ଅବହେଳା ବା ତ୍ରୁଟି ନରହେ ସେଥିପ୍ରତି ପ୍ରାଥମିକତା ଦେବା ଆବଶ୍ୟକ । ଏପରିକି ରାଜ୍ୟ ସରକାର ଏହାର ବିଭିନ୍ନ ରୀତିନୀତିରେ ଅଯଥା ହସ୍ତକ୍ଷେପ କରିବା ଉଚିତ ନୁହେଁ । ମନ୍ଦିର ପରିସରରେ ଅସାମାଜିକ କାର୍ଯ୍ୟକଳାପ ଯେପରି ନହୁଏ ସେଥିପ୍ରତି ଦୃଷ୍ଟି ରଖି ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ।

Comments are closed.