Latest Odisha News

BREAKING NEWS

ଭାରତ ବିଶ୍ବକୁ ‘ବୁଦ୍ଧ’ଙ୍କୁ ଦେଇଛି, ‘ଯୁଦ୍ଧ’ ନୁହେଁ

ନୂଆଦିଲ୍ଲୀ: ରୁଷିଆ ଓ ଅଷ୍ଟ୍ରିଆ ଗସ୍ତ ପରେ ଆଜି ସ୍ବଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାପରେ ଆଥିଥେୟତା ପାଇଁ ଦୁଇ ଦେଶକୁ ଧନ୍ୟବାଦ ଜଣାଇଛନ୍ତି ମୋଦି ।

ଏହା ସହିତ ବୁଧବାର ଭିଏନାରେ ଆୟୋଜିତ ହୋଇଥିବା ଏକ ସଭାକୁ ଉଦ୍ବୋଧନ ଦେଇ ମୋଦି କହିଛନ୍ତି, ଭାରତ ପୂରା ବିଶ୍ବକୁ ବୁଦ୍ଧଙ୍କୁ ଦେଇଛି, ନା କି ଯୁଦ୍ଧ ଦେଇଛି । ଅର୍ଥାତ୍ ଭାରତ ବିଶ୍ବଙ୍କୁ ଶାନ୍ତି  ଓ ସମୃଦ୍ଧତା ପ୍ରଦାନ କରିଛି । ଯେଉଁ କାରଣରୁ ୨୧ ଦଶକରେ ଦେଶ ଆହୁରି ସୁଦୃଢ ହୋଇଛି । ଭିଏନାରେ ଉପସ୍ଥିତ ଥିବା ପ୍ରବାସୀ ଭାରତୀୟଙ୍କୁ ଉଦ୍ବୋଧନ ଦେଇ ମୋଦି କହିଛନ୍ତି, ଭାରତ ସବୁ ବେଳେ ଉଚ୍ଚକୋଟୀର କାର୍ଯ୍ୟ କରେ ଏବଂ ଉଚ୍ଚ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କରେ । ହଜାର ବର୍ଷ ହେବ ଭାରତ ବିଶ୍ବକୁ କେବଳ ଜ୍ଞାନ ଓ ପାରିଦର୍ଶୀତା ଦେଇଆସିଛି ।

ଏହା ସହିତ ତାଙ୍କର ପ୍ରଥମ ଅଷ୍ଟ୍ରିଆ ଗସ୍ତକୁ ନେଇ ମଧ୍ୟ ଆଲୋକପାତ କରିଛନ୍ତି । ଏହା ଯଥାର୍ଥ ବୋଲି ମୋଦି କହିଛନ୍ତି । ୪୧ ବର୍ଷ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଅଷ୍ଟ୍ରିଆ ଗସ୍ତରେ ଆସିଛନ୍ତି । ଏହି ଅପେକ୍ଷା ଏକ ଐତିହାସିକ ମିଳନ ହେବାକୁ ଯାଉଛି । ଭାରତ ଓ ଅଷ୍ଟ୍ରିଆ ତାଙ୍କର ୭୫ ତମ ବନ୍ଧୁତ୍ବ ପାଳନ କରୁଛନ୍ତି । ଭୌଗୋଳିକ ଦୃଷ୍ଟିରୁ ଭାରତ ଅଷ୍ଟ୍ରିଆ ଅଲଗା ଅଲଗା ହୋଇପାରେ ହେଲେ ଗଣତନ୍ତ୍ର ସୁଇ ରାଷ୍ଟ୍ରକୁ ଯୋଡିଛନ୍ତି ବୋଲି କହିଛନ୍ତି ମୋଦି ।

Comments are closed.