Latest Odisha News

BREAKING NEWS

ରାଜନୈତିକ ହତ୍ୟା ନେଇ ଥାନାରେ ଏତଲା, ନ୍ୟାୟ ଦାବିରେ ବୀରମହାରାଜପୁର ମୁଖ୍ୟ ଛକରେ ରାସ୍ତା ଅବରୋଧ

ସୁବର୍ଣ୍ଣପୁର: ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ହିଂସା ଅଭିଯୋଗ । ରାଜନୈତିକ ଉଦ୍ଦେଶ୍ୟରେ ହତ୍ୟା କରିଥିବା ନେଇ ହୋଇଛି ଥାନାରେ ଏତଲା। ତୁରନ୍ତ ନ୍ୟାୟ ଦାବିରେ ବୀରମହାରାଜପୁର ମୁଖ୍ୟ ଛକରେ ରାସ୍ତା ଅବରୋଧ କଲେ ପରିବାର ଲୋକ ଓ ଗ୍ରାମବାସୀ ।

ଅଭିଯୋଗ ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଫୁଳଚରା ଗାଁର ସୁରଥ ନାଏକ ଗତକାଲି ସନ୍ଧ୍ୟା ୬ ଟାରୁ ନିଖୋଜ ଅଛନ୍ତି। ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିବାବେଳେ ଜୋର ନିକଟରୁ ତାଙ୍କ ଚପଲ ଓ ଘୋଷାଡି ନେଇଥିବା ଚିହ୍ନ ଦେଖିଥିଲେ। ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ମଧ୍ୟ ପୋଲିସ ଏତଲା ରଖିନଥିଲେ। ପରେ ବିଧାୟକ ରଘୁନାଥ ଜଗଦଲାଙ୍କ ହସ୍ତକ୍ଷେପ ପରେ ପୋଲିସ ଏତଲା ରଖିଥିଲେ ହେଁ କୌଣସି ତତ୍ପରତା ଦେଖାଇ ନଥିବା ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣାରେ କିଛି ବିଜେଡ଼ି ନେତା ଓ କର୍ମୀଙ୍କ ସଂପୃକ୍ତି ଥିବା ସହ ତାଙ୍କୁ ହତ୍ୟା କରାଯାଇଥିବା ସୁରଥଙ୍କ ପୁଅ ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ନିଶ୍ଚିତ ଭାବେ ନ୍ୟାୟ ମିଳିବ । ପ୍ରଥମେ ତାଙ୍କୁ ଖୋଜିବାକୁ ପୋଲିସ ପଦକ୍ଷେପ ନେଉ ଏବଂ ଯଦି ହତ୍ୟା କରାଯାଇଥିବ ତେବେ ନିଶ୍ଚିତ ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି କହିଛନ୍ତି ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା । ତେବେ ବର୍ତ୍ତମାନ ସୁଦ୍ଧା ମୃତଦେହ ଉଦ୍ଧାର ହୋଇ ନାହିଁ ।

Comments are closed.