Latest Odisha News

ଖିଲାଡି ଭାଇଙ୍କ ‘ସରଫିରା’, ଫେରାଇପାରିବ କି ସମ୍ମାନ

ମୁମ୍ବାଇ: ଆଜି ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି ଖିଲାଡି ଅକ୍ଷୟ କୁମାରଙ୍କ ଆଉ ଏକ ନୂଆ ଫିଲ୍ମ ‘ସରଫିରା’ । ଚଳିତ ବର୍ଷରେ ଏହା ଅକ୍ଷୟଙ୍କ ଦ୍ବିତୀୟ ଫିଲ୍ମ । ଏହା ପୂର୍ବରୁ ଫିଲ୍ମ ‘ବଡେ ମିଆଁ ଓ ଛୋଟେ ମିଆଁ’ ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଅକ୍ଷୟ । ହେଲେ ଚଳିତ ବର୍ଷ ଆରମ୍ଭରୁ ହିଁ ନିରାଶ ହୋଇଥିଲେ ଅକ୍ଷୟଙ୍କ ଫ୍ୟାନ । ବଡ ଅସଫଳତା ସମ୍ମୁଖୀନ ହୋଇଥିଲା ‘ବଡେ ମିଆଁ ଛୋଟେ ମିଆଁ’ । ସେଭଳି ସ୍ଥିତିରେ ପୁଣି ଆଉ ଏକ ସିନେମା ତାଙ୍କ ଦର୍ଶକକୁ ଭେଟି ଦେବାକୁ ଯାଉଛନ୍ତି ଅକ୍ଷୟ । ଯାହା ଜୁଲାଇ ୧୨ ଅର୍ଥାତ୍ ଆଜି ସିନେମା ହଲରେ ମୁକ୍ତି ଲାଭ କରିବାକୁ ଯାଉଛି । ଆଶା ଏହା ବକ୍ସ ଅଫିସରେ କମାଲ କରିବ ।

ଅନ୍ୟପକ୍ଷରେ ଅନେକ ଫିଲ୍ମ ନିର୍ମାତା ଓ ପ୍ରଯୋଜକ ଅକିଙ୍କ ଫିଲ୍ମରେ ବହୁ ଘାଟା ସହିଛନ୍ତି ।  ସେ କ୍ଷେତ୍ରରେ ଏବେ ଖାଲି ଅପେକ୍ଷା ଆଜି ରିଲିଜ୍ ହେବା ପରେ କେମିତି ‘ସରଫିରା’ କାହାଣୀକୁ ସ୍ବାଗତ କରୁଛନ୍ତି ପ୍ରଶଂସକ । ଯାହା ଏବେ ସାଧାରଣରେ ଗୋଟେ ବଡ ଚ୍ୟାଲେଞ୍ଚ । ଏଥର ଅକି ପ୍ରଶଂସକକୁ ନିରାଶ କରିବେ ନା ବିଗତ କିଛି ଦିନ ନିଜର ଫିଲ୍ମର ଅସଫଳତାକୁ ନେଇ ହରାଇଥିବା କ୍ରେଜ୍ ପୁଣି ଫେରିପାଇବେ ତାହା ଏବେ ଚର୍ଚ୍ଚା ।

ଅକ୍ଷୟଙ୍କ ଅଭିନୀତ ଫିଲ୍ମ ଗୁଡିକ ମଧ୍ୟରୁ ଅଧିକାଂଶ ଫିଲ୍ମ ବକ୍ସ ଅଫିସରେ ଫେଲ୍ ମାରିଛି । ବିଗତ କିଛି ଦିନ ମଧ୍ୟରେ ରିଲିଜ୍ ହୋଇଥିବା ଅକ୍ଷୟଙ୍କ ଫିଲ୍ମ ମଧ୍ୟରୁ ମିଶନ ରାଣିଗଞ୍ଜ, ଓଏମଜି ୨, ସେଲ୍ଫି,, ରାମ ସେତୁ, ରକ୍ଷାବନ୍ଧନ, ସମ୍ରାଟ ପୃଥ୍ବୀରାଜ, ବଚ୍ଚନ ପାଣ୍ଡେ ଇତ୍ୟାଦି ବଡ ଘାଟା ସହିଥିଲ ।  ତେବେ ଏହା ଭିତରେ ସୂର୍ଯ୍ୟବଂଶୀ ଭଳି କିଛି ଫିଲ୍ମ ଅକ୍ଷୟଙ୍କୁ ଟିକେ ଆଶ୍ବସ୍ତି ଦେଇଥିଲା ।

ତେବେ ଏ ସବୁ ଭିତରେ ରିଲିଜ୍ ହେବାକୁ ଯାଉଥିବା ନୂଆ ଫିଲ୍ମ ‘ସରଫିରା’ ଏବେ ରୋଚକ ମୋଡ ନେବ ବୋଲି ଚର୍ଚ୍ଚା ହେଉଛି । ଲସ୍ ହୋଇଥିବା ସମସ୍ତ କଲେକ୍ସନ ସେ ଏହି ଫିଲ୍ମରେ ଆୟ କରିପାରନ୍ତି ବୋଲି ଆଶା ରହିଛି । କାରଣ ଫିଲ୍ମ ‘ସରଫିରା’, ବହୁ ଚର୍ଚ୍ଚିତ ଫିଲ୍ମ ‘ସୁରାରାଇ ପୋଟରୁ’ ର ହିନ୍ଦି ରିମେକ୍ । ଯାହାର କାହାଣୀ ଓ ଅଭିନୟ ପାଇଁ ତେଲୁଗୁ ଅଭିନେତା ସୁରିଆ, ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ମଧ୍ୟ ପାଇଛନ୍ତି । ଏହା ସହିତ ଏହି ଫିଲ୍ମ ବର୍ଷକ ମଧ୍ୟରେ ୫ଟା ଜାତୀୟ ପୁରସ୍କାରର ପାଇସାରିଛି । ତେବେ କହିରଖୁଛୁ, ଉଭୟ ଫିଲ୍ମ ସୁରାରାଇ ପୋଟରୁ ଓ ସରଫିରେ ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ସୁଧା କୋଙ୍ଗରାଙ୍କ ନିର୍ଦ୍ଦେଶିତ ଫିଲ୍ମ ଅଟେ ।

ଏଥିରେ ଅକ୍ଷୟଙ୍କ ସମେତ ରାଧିକା ମନ୍ଦନା, ପରେସ ରାଓ୍ବଲ, ଏବଂ କେମିଓରେ ସୁରିଆଙ୍କ ସମେତ ସୌରଭ ଗୋୟାଲ ପ୍ରମୁଖ ନଜର ଆସିବେ ।

Comments are closed.