ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’
କଂପ୍ୟୁଟର୍ସବୁ ପରସ୍ପରକୁ
ଖଂଜି ପଠାଇଲେ ଲେଖା
ହସ୍ତାକ୍ଷର ସବୁ ଲାଜରେ ଲୁଚିବେ
ଆଉ ଦେବେନାହିଁ ଦେଖା
କଂପ୍ୟୁଟର୍ କି କମ୍ପ୍ୟୁଟର୍ ଲେଖିବା
ଏହି ଚର୍ଚାରେ ମାତି
ଏଠି ଭାଷାଜ୍ଞାନୀ ସବୁ ବୁଝି, ଜାଣି
କରିଚାଲିଥାଂତି କ୍ଷତି
ଜାତିଭାଇଂକର ଏତେ ଅନାଦର
ଭାଷା କି ପାରିବ ସହି ?
ମୁଁ ତ ଅଜ୍ଞାନ, କିଛି ଜାଣିନାହିଁ
ବୁଝାଇ ଦେବେ କି କେହି ?
ତାଳପତ୍ର ଯୁଗ ସରିଯିବା ପରେ
ଆସିଲା କାଗଜ ଯୁଗ
ବଦଳାଇଦେଇ ସ୍ବଭାଷା ସ୍ବରୂପ
ଭୋଗିଲେ ବହୁ ଦୁର୍ଯୋଗ
ଏବେ କଂପ୍ୟୁଟର୍ ଆଶ୍ରିତ ନ ହେଲେ
କିପରି ବଢ଼ିବ ଭାଷା ?
ଭାଷୀଏ ଭାଷାକୁ ନ ପାରିଲେ ପୋଷି
କାହାଠୁଁ କରିବା ଆଶା ?
ଆମେ ଥାଉଁ ଥାଉଁ ଆମ ନିଜ ଭାଷା
ଯାଏ ଯଦି ଅପସରି
ଭାଷାର ଠାକୁର କେହି ତ ନାହାଂତି
କରିହେବନି ଗୁହାରି !
Comments are closed.