Latest Odisha News

ଜମ୍ମୁ-କଶ୍ମୀରରେ ସ୍ମାର୍ଟ ଫୋନ ଛଡାଉଛନ୍ତି ଆତଙ୍କାଦୀ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀମାନେ ସ୍ମାର୍ଟଫୋନ ଛଡେଇବା ଆରମ୍ଭ କରିଛନ୍ତି । ଗୋଇନ୍ଦା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯିବା ପରେ ସ୍ଥାନୀୟ ବାସିନ୍ଦା ଆଲର୍ଟ ରହିଛନ୍ତି । ଭିନ୍ନ ଭିନ୍ନ ମୋବାଇଲ ଫୋନ ବ୍ୟବହାର କରିବା ଯୋଗୁ ସେମାନଙ୍କୁ ଧରିବାରେ ସୁରକ୍ଷାକର୍ମୀ ବିଫଳ ହେଉଛନ୍ତି । ଆତଙ୍କବାଦୀମାନେ ସ୍ମାର୍ଟ ମୋବାଇଲ ଫୋନ ଛଡେଇବା ପରେ ଇନସ୍କ୍ରିପ୍ଟେଡ ମ୍ୟାସେଞ୍ଜର ସେବା ଆପ ଡାଉନଲୋଡ କରୁଛନ୍ତି । ଏହା ମାଧ୍ୟମରେ କଥାବାର୍ତା ହେବା ପରେ ମୋବାଇଲ ଫୋନକୁ ଫିଙ୍ଗି ଦେଉଛନ୍ତି କିମ୍ବା ଆପ ଡିଲିଟ କରି ଫେରସ୍ତ କରି ଦେଉଛନ୍ତି । ଲଶ୍କର ଇ ତୋଇବା, ଜୈଶ ଏ ମହମ୍ମଦ ଆତଙ୍କବାଦୀ ସଂଗଠନ ଏଠାରେ ପ୍ରକ୍ସି ୱିଙ୍ଗ ତିଆରି କରୁଛନ୍ତି ।

ଅଲଗା ଅଲଗା ସଂଗଠନ ହେବା ସତ୍ୱେ ପାକିସ୍ତାନର ଗୋଟିଏ ହ୍ୟାଣ୍ଡେଲର ମାଧ୍ୟମରୁ ସେମାନେ ସମସ୍ତ ସୂଚନା ପାଇଥାନ୍ତି । କଠୁଆ ଜିଲ୍ଲାରେ ସେନାର ବାହନ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ ଜଣେ ଜେସିଓଙ୍କ ସମେତ ୫ଜଣ ଯବାନ ଶହୀଦ ହୋଇଥିଲେ । ଟାଇଗର୍ସ ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ କରିଥିଲା । ଏହା ଜୈଶ ଇ ମହମ୍ମଦର ଶାଖା ଭାବେ ବିବେଚନା କରାଯାଉଛି ।

Comments are closed.