Latest Odisha News

୨୦୫୦ ସୁଦ୍ଧା ଭାରତରେ ବୟସ୍କଙ୍କ ଜନସଂଖ୍ୟା ଦ୍ୱିଗୁଣିତ ହେବ

ନୂଆଦିଲ୍ଲୀ: ୨୦୫୦ ସୁଦ୍ଧା ଭାରତରେ ବୃଦ୍ଧଙ୍କ ଜନସଂଖ୍ୟା ଦ୍ୱିଗୁଣିତ ହେବାର ସମ୍ଭାବନା ରହିଛି। ମିଳିତ ଜାତିସଂଘର ପପୁଲେସନ୍ ଫଣ୍ଡର ଭାରତ ୟୁନିଟ୍ ଇଣ୍ଡିଆର ମୁଖ୍ୟ ଆଣ୍ଡ୍ରେଆ ୱୋଜନାର ଏଭଳି ସୂଚନା ଦେଇଛନ୍ତି।

ପିଟିଆଇ ସହିତ ଏକ ସାକ୍ଷାତକାରରେ ୱୋଜନାର କହିଛନ୍ତି, ୬୦ ବର୍ଷ କିମ୍ବା ଏହାଠାରୁ ଅଧକ ବୟସର ବ୍ୟକ୍ତିଙ୍କ ସଂଖ୍ୟା ୨୦୫୦ ପର୍ଯ୍ୟନ୍ତ ଦୁଇଗୁଣା ହୋଇ ୩୪୬ ନିୟୁତ ହୋଇଯିବାର ଅନୁମାନ କରାଯାଉଛି।

ଭାରତରେ ମଧ୍ୟ ଏକ ବିପୁଳ ଯୁବ ଜନସଂଖ୍ୟା ଅଛି, ଯେଉଁଥିରେ ୧୦ ରୁ ୧୯ ବର୍ଷ ବୟସ ମଧ୍ୟରେ ୨୫୨ ନିୟୁତ ଲୋକ ଅଛନ୍ତି ବୋଲି ୱୋଜନାର କହିଛନ୍ତି।

୨୦୫୦ ସୁଦ୍ଧା ଭାରତରେ ୫୦% ସହରୀ ଜନସଂଖ୍ୟା ହେବାର ଅନୁମାନ ରହିଛି। ତେବେ ଦେଶରେ ସ୍ୱାସ୍ଥ୍ୟସେବା, ଗୃହ ଏବଂ ପେନସନର ଅଧିକ ପୁଞ୍ଜି ବିନିଯୋଗ କରିବାର ଆବଶ୍ୟକତା ରହିଛି, ଖାସକରି ଯେଉଁ ବୟସ୍କା ମହିଳାମାନେ ଏକାକୀ ରହି ଦାରିଦ୍ର୍ୟର ସମ୍ମୁଖୀନ ହେଉଛନ୍ତି।

ସେମାନେ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରିବା ସହିତ ସ୍ୱାସ୍ଥ୍ୟ, ଶିକ୍ଷା, ଚାକିରି ତାଲିମ ଏବଂ ନିଯୁକ୍ତି ସୃଷ୍ଟିରେ ବିନିଯୋଗ ଆବଶ୍ୟକ। ଯାହା ରାଷ୍ଟ୍ରକୁ ଆଗକୁ ନେବାରେ ସହାୟକ ହେବ।

 

 

Comments are closed.