Latest Odisha News

BREAKING NEWS

ଭାରତ ପାଇଁ ଅଲିମ୍ପିକ୍ସ ପଦକ ଜିତିଥିବା ବାପ, ପୁଅ ଯୋଡି

ଅଲିମ୍ପିକ୍ସରେ ପଦକ ଜିତିବା ସମସ୍ତ ଆଥଲେଟଙ୍କ ସ୍ୱପ୍ନ ରହିଥାଏ । ଆଉ ଗୋଟିଏ ପରିବାରରେ ଯଦି ବାପାଙ୍କ ପରେ ପୁଅ ଏହି ସଫଳତା ଆଣିଥାଏ ତାହାହେଲେ ଖୁସି ଦ୍ୱିଗୁଣିତ ହୋଇଯାଏ । ଭାରତ ଅଲିମ୍ପିକ୍ସ ଇତିହାସରେ ୧୯୦୦ ଓ ୨୦୨୧ ମଧ୍ୟରୁ ୩୫ ପଦକ ଜିତିଛି । ଏହା ମଧ୍ୟରେ ୧୦ ସ୍ୱର୍ଣ୍ଣ ପଦକ ରହିଛି । ହକିରେ ୮ଟି ଏବଂ ଶୁଟିଂରେ ଅଭିନବ ବିନ୍ଦ୍ର୍ରା ଓ ଜାଭେଲିନରେ ନୀରଜ ଚୋପ୍ରା ସ୍ୱର୍ଣ୍ଣ ଜିତିଛନ୍ତି । ୧୯୭୨ ମ୍ୟୁନିକ ଅଲିମ୍ପିକ୍ସରେ ଭାରତ ହକିରେ ବ୍ରୋଞ୍ଜ ପଦକ ହାସଲ କରିଥିଲା । ଏହି ଟିମରେ ଭେସ ପେସ ସଦସ୍ୟ ଥିଲେ । ଦଳର ପଦକ ହାସଲରେ ଏହି ମିଡ ଫିଲ୍ଡରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ୧୯୯୬ ଆଟଲାଂଟା ଗେମ୍ସରେ ଭେସଙ୍କ ପୁତ୍ର ଲିଆଣ୍ଡର ପେସ ଟେନିସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିଲେ । ଭେସଙ୍କ ପରେ ପେସ ଭାରତକୁ ଗୌରବାନ୍ୱିତ କରିଥିଲେ । ଏହି ବାପ, ପୁଅ ଯୋଡିଙ୍କୁ ଭାରତୀୟ କ୍ରୀଡା ଇତିହାସରେ ସର୍ବଦା ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରାଯାଇଥାଏ ।

ମେଜର ଧ୍ୟାନଚାନ୍ଦଙ୍କ ବିନା ଭାରତୀୟ କ୍ରୀଡାର ଇତିହାସ ଲେଖିବା ଅସମ୍ପୂର୍ଣ୍ଣ ମନେ କରାଯାଏ । ଧ୍ୟାନଚାନ୍ଦଙ୍କ ପୁଅ ଅଶୋକ କୁମାର ଅଲିମ୍ପିକ୍ସରେ ପଦକ ଆଣି ଭାରତ ଏବଂ ତାଙ୍କ ବାପାଙ୍କୁ ଗୌରବାନ୍ୱିତ କରିଥିଲେ । ଏହା ପୂର୍ବରୁ ଧ୍ୟାନଚାନ୍ଦ ୩ଟି ସ୍ୱର୍ଣ୍ଣ ଏବଂ ତାଙ୍କ କକା ରୂପ ସିଂ ୨ଟି ସ୍ୱର୍ଣ୍ଣ ପଦକ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ରହିଥିଲେ । ଅଶୋକ ୧୯୭୨ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ବାପାଙ୍କ ସମ୍ମାନ ବଢ଼ାଇଥିଲେ । ସେ ନିଜ ସଫଳତା ପାଇଁ କେବେ ହେଲେ ବାପାଙ୍କ ନାମ ସମ୍ମୁଖକୁ ଆଣି ନ ଥିଲେ । ନିଜ ଦକ୍ଷତା ବଦଳରେ ସେ ଭାରତର ଜଣେ ଭଲ ଷ୍ଟ୍ରାଇକର ଭାବେ ପ୍ରତିଷ୍ଠିତ କରିପାରିଥିଲେ ।

Comments are closed.