Latest Odisha News

ବିରୋଧୀଙ୍କୁ ମୋଦିଙ୍କ ଅପିଲ୍: ଦଳରୁ ଉପରକୁ ଉଠି ଦେଶର ବିକାଶକୁ ଆଗକୁ ବଢେଇବାକୁ ଏକଜୁଟ୍ ହେବା

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ହେଉଛି ସଂସଦରେ ବଜେଟ୍ ଅଧିବେଶନ । ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଅଭିଭାଷଣରେ ବିରୋଧୀଙ୍କୁ  ସ୍ବ-ଉର୍ଦ୍ଧ୍ବରେ ଯାଇ ସଂସଦର ଗରିମାକୁ ଅକ୍ଷୁର୍ଣ୍ଣ ରଖିବାକୁ କହିଛନ୍ତି ।

ଏନେଇ ମୋଦି କହିଛନ୍ତି, ଗତ ଜାନୁଆରୀରୁ ଯିଏ ଯାହା ପ୍ରତିଶ୍ରୁତି ଦେବା କଥା ଦେଇ ସାରିଛନ୍ତି । ଦେଶବାସୀ ମଧ୍ୟ ସେମାନଙ୍କର ରାୟ ଦେଇ ସମସ୍ତଙ୍କୁ ଜଣାଇସାରିଛନ୍ତି । ନିଜ ଦଳ ପାଇଁ ଆପଣମାନେ ଯେତେ ଲଢ଼ିବା କଥା ଲଢ଼ିଲେ ଏବେ ଦେଶ ପାଇଁ ଲଢିବା ବେଳ ।

ଆଗାମୀ ଚାରି, ସାଢ଼େ ଚାରି ବର୍ଷ ଦେଶ ପାଇଁ ଆପଣମାନେ ଲଢ଼େଇ କରନ୍ତୁ ବୋଲି ସବୁ ଦଳକୁ ପରାମର୍ଶ ଦେଇଛନ୍ତି ମୋଦି । ଏହାସହିତ ଦଳର ଊର୍ଦ୍ଧ୍ବକୁ ଉଠି ସଂସଦର ଗରିମା ଅକ୍ଷୁଣ୍ଣ ରଖିବାକୁ ବିରୋଧୀ ଓ ସହଯୋଗୀ ଦଳ ମାନଙ୍କୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୨୯ ଜାନୁଆରୀ ପର୍ଯ୍ୟନ୍ତ ସଂସଦୀୟ କ୍ଷେତ୍ର ପାଇଁ କାମ କରନ୍ତୁ ବୋଲି ସମସ୍ତଙ୍କୁ ଆହ୍ବାନ ଦେିଛନ୍ତି ମୋଦି । ସଂସଦ ଦଳ ପାଇଁ ନୁହେଁ, ଦେଶ ପାଇଁ ବୋଲି କହିଛନ୍ତି ମୋଦି । ଏଥିସହିତ ସେ ଏହା ମଧ୍ୟ କହିଛନ୍ତି ବିରୋଧୀଙ୍କ ବିଚାର ଖରାପ ନୁହେଁ ମାତ୍ର ସେମାନଙ୍କ ନକରାତ୍ମକ ଚିନ୍ତାଧାରା ଦେଶ ପାଇଁ ଖରାପ ।

ତେବେ ଆଜିଠୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ବଜେଟ ଅଧିବେଶନ ଆଗାମୀ ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ । ଯେଉଁଥିରେ ମୋଟ ୧୯ଟି ବୈଠକ ଅନୁଷ୍ଠିତ ହେବ । ଏହି ସମୟରେ ସରକାରଙ୍କ ଦ୍ବାରା ୬ଟି ବିଧେୟକ ପାରିତ ହେବାର ସମ୍ଭାବନା ରହିଛି । ସେପଟେ ସଂସଦରେ ଆସନ୍ତାକାଲି ବଜେଟ୍ ଉପସ୍ଥାପନା ହେବ । ଏହା ପୂର୍ବରୁ ଜୁଲାଇ ୨୨ ଅର୍ଥାତ୍ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ସର୍ବେକ୍ଷଣ ସଂସଦରେ ଉପସ୍ଥାପନା କରିବେ ।

Comments are closed.