Latest Odisha News

BREAKING NEWS

ନିର୍ମଳାଙ୍କ ପେଡିରେ ଯୁବକଙ୍କୁ ଆଶ୍ବସ୍ତି, ପ୍ରତି ମାସରେ ମିଳିବ ୫୦୦୦ ଭତ୍ତା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦି ସରକାରଙ୍କର ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନା କରିଛନ୍ତି । ଏଥରର ବଜେଟ୍ କୃଷକ, ଯୁବକ ଓ ମହିଳାଙ୍କୁ ଅଧିକ ଗୁରୁତ୍ବ ଦେଇଛି । ରୋଜଗାରଠାରୁ ଆରମ୍ଭ କରି କୃଷି, ଶିକ୍ଷା, ଉଦ୍ୟୋଗ, ମାନବ ସମ୍ବଳ ବିକାଶ, ଦକ୍ଷତା ବୃଦ୍ଧି ଇତ୍ୟାଦିକୁ ନେଇ ୯ଟି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି । ଏହାରି ଭିତରେ ଭାରତର ଯୁବ ବର୍ଗ ଓ ତାଙ୍କର ବିକାଶ ପାଇଁ ବଡ ଘୋଷଣା କରିଛନ୍ତି ନିର୍ମଳା ।

ବେରୋଜଗାରୀ ଓ ଯୁବକଙ୍କ ବିକାଶ ପାଇଁ ଏଥର ବଜେଟରେ ସ୍ବତନ୍ତ୍ର ଉପସ୍ଥାପନା କରାଯାଇଛି । ଏନେଇ ନିର୍ମଳା କହିଛନ୍ତି, ଦେଶର ସବୁଠୁ ଦକ୍ଷ କମ୍ପାନୀରେ ଯୁବ ବର୍ଗଙ୍କୁ ପ୍ରଶିକ୍ଷଣ ଦିଆାଯିବ । ସେଥିପାଇଁ ତାଙ୍କୁ ପ୍ରତି ମାସରେ ୫ ହଜାର ଟଙ୍କା ଷ୍ଟାଇପେଣ୍ଟ ପ୍ରଦାନ କରାଯିବ । ଯାହା ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ୍ ଯୋଜନାରେ ଅନ୍ତର୍ଭୁକ୍ତ । ଏହି ଯୋଜନା ଅଧୀନରେ ଦେଶର ସମସ୍ତ ଯୁବବର୍ଗ ୧୨ ମାସ ପାଇଁ ଅର୍ଥାତ୍ ଏକ ବର୍ଷିକିଆ ଇଣ୍ଟର୍ନସିପରେ ଭାଗ ନେଇ ଦେଶର ଦକ୍ଷ କମ୍ପାନୀରେ ପ୍ରଶିକ୍ଷିତ ହୋଇପାରିବେ । ଆଗାମୀ ୫ ବର୍ଷରେ ଏହି ଯୋଜନାରେ ୧ କୋଟି ଯୁବକଙ୍କୁ ବିଭିନ୍ନ କ୍ଷେତ୍ରରେ ପାରଙ୍ଗମ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Comments are closed.