Latest Odisha News

ଅନୁଭବ – ବର୍ଷା ପାରିବାରିକ ବିବାଦ ମାମଲା: ଅନୁଭବଙ୍କୁ ଜେରା

କଟକ: ବଢ଼ିଲା ଅଭିନେତା ଅନୁଭବଙ୍କ ଅଡୁଆ। ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲାରେ ଅନୁଭବଙ୍କୁ ଜେରା କରାଯାଇଛି । ଅଗଷ୍ଟ ୧୬ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ।

ସୂଚନା ଅନୁସାରେ, ଶାଶୁଘରେ ଥିବାବେଳେ ଶାଶୁଘର ଲୋକଙ୍କ ଦ୍ବାରା ନିର୍ଯ୍ୟାତିତ ହୋଇଥିବା ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ବର୍ଷା । ଅନୁଭବଙ୍କ ସହ ଅନ୍ୟ ଦୁଇ ସହଯୋଗୀଙ୍କ ନାଁରେ ବି ଅଭିଯୋଗ କରିଥିଲେ ବର୍ଷା । ଉକ୍ତ ମାମଲାକୁ ନେଇ ଅନୁଭବଙ୍କୁ ଜେରା କରାଯାଇଛି ।

ସୂଚନାଯୋଗ୍ୟ ଯେ, ଦୀର୍ଘ ଦିନ ଧରି ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ଲାଗି ରହିଥିଲା । ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଥିଲା ଏହି ଅଭିନେତା ଅଭିନେତ୍ରୀଙ୍କ ଘରୋଇ ମାମଲା। ତେବେ ନିକଟରେ ଅନୁଭବ-ବର୍ଷାଙ୍କ ଛାଡପତ୍ର ପାଇଁ କୋର୍ଟ ଅନୁମତି ଦେଇଥିଲେ । ଆଇନ ଅନୁସାରେ ଦୁହେଁ ଅଲଗା ହୋଇଥିଲେ ମଧ୍ୟ ନିର୍ଯାତନା ମାମଲା ଏବେ ବି କୋର୍ଟରେ ଚାଲିଛି।

Comments are closed.