Latest Odisha News

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପ ମଧ୍ୟରେ ଟନେଲ ସଂଯୋଗ

ଭୁବନେଶ୍ଵର: ଟନେଲ ସଂଯୋଗ କାର୍ଯ୍ୟରେ ପୂର୍ବତଟ ରେଳପଥ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି | ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲିଙ୍କ୍ ପ୍ରକଳ୍ପ (୩୦୧ କିଲୋମିଟର) ନିର୍ମାଣ କାର୍ଯ୍ୟରେ ନିୟୋଜିତ ରେଳପଥର ନିର୍ମାଣ ବିଭାଗର ଇଞ୍ଜିନିୟରିଂ ଟିମ୍ ମାଧପୁର ବନ ରେଞ୍ଜର ଦୁର୍ଗମ ସଂରକ୍ଷଣ ଜଙ୍ଗଲ ଅନ୍ତର୍ଗତ ଆଢ଼େଣିଗଡ଼ -ଚାରିଛକ ରେଳ ସେକ୍ସନ ମଧ୍ୟରେ ୪୧୮୫ ମିଟର ଲମ୍ବ ଟନେଲ ସହିତ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ଏକ ଏସ୍କେପ ଟନେଲର ବ୍ରେକଥ୍ରୁ କାର୍ଯ୍ୟ ଆଜି କରାଯାଇଛି ।

ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ପ୍ରକଳ୍ପର ମୋଟ ୩୦୧ କିଲୋମିଟର ମଧ୍ୟରୁ ୧୫୨.୮୦୫ କିଲୋମିଟର କାର୍ଯ୍ୟକ୍ଷମ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଖୋର୍ଦ୍ଧା ରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ୧୦୫.୮ କିଲୋମିଟର ଏବଂ ବଲାଙ୍ଗୀରରୁ ସୋନପୁର ପର୍ଯ୍ୟନ୍ତ ୪୭ କିଲୋମିଟର କାର୍ଯ୍ୟ ଶେଷ ହୋଇଛି । ଏହା ବ୍ୟତୀତ, ସୋନପୁର ଠାରୁ ଝରମୁଣ୍ଡା ପର୍ଯ୍ୟନ୍ତ ୨୮.୭୬୫ କି.ମି. ଦୈର୍ଘ୍ୟ ରେଳ ମାର୍ଗ ମଧ୍ୟ ଇତି ମଧ୍ୟରେ ଶେଷ ହୋଇଛି । ସୋନପୁରରୁ ପୁରୁଣା କଟକ ପର୍ଯ୍ୟନ୍ତ ପ୍ରାୟ ୭୩ କିଲୋମିଟର ପର୍ଯ୍ୟନ୍ତ ସେଗମେଣ୍ଟ ଆସନ୍ତା କିଛି ମାସ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଛି ।

Comments are closed.