ଭୁବନେଶ୍ୱର: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨.୬୫ ଲକ୍ଷ କୋଟି ଟଙ୍କାର ବଜେଟରେ ଓଡ଼ିଶା ସରକାର ଅନେକ ନୂଆ ପଦକ୍ଷେପ ଆରମ୍ଭ କରିଛନ୍ତି। ଏଥିସହ ବିଧାନସଭାରେ ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ବଜେଟ ପଢ଼ି ମୋହନ ମାଝୀ ରେକର୍ଡ଼ କରିଛନ୍ତି। ଯାହା ବିଧାନସଭାର ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି।
ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ କୃଷକ, ମହିଳା, ଯୁବକ ଓ ଗରିବ ଲୋକଙ୍କ ବିକାଶକୁ ପ୍ରାଥମିକତା ଦିଆଯାଇଛି ଏବଂ ସରକାର ଲୋକଙ୍କ ଆକାଂକ୍ଷା ପୂରଣ କରିବେ। ବିଜେପି ସରକାରଙ୍କ ଉଦ୍ଦେଶ୍ୟ ହେଉଛି ରାଜ୍ୟର ସାମଗ୍ରିକ ବିକାଶ ସୁନିଶ୍ଚିତ କରିବା ବୋଲି ସେ କହିଛନ୍ତି।
ଜାଣନ୍ତୁ ବଜେଟରେ ଘୋଷଣା ହୋଇଥିବା ଯୋଜନା ବାବଦରେ
- ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା – ୧୦ ହାଜର କୋଟି
- ଅନାଥ ଶିଶୁ ମାନଙ୍କ ପାଇଁ ଯଶୋଦା ଯୋଜନା- ୮୩ କୋଟି
- ଆଦର୍ଶ ଶିଶୁ ସମୃଦ୍ଧ ଗ୍ରାମ ପୁରସ୍କାର – ବର୍ଷକୁ ୧୫୦୦ ଗ୍ରାମ ପଞ୍ଚାୟତକୁ ଦିଆଯିବ ପୁରସ୍କାର
- ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
- ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନା (ଚକ୍ଷୁ ଚିକିତ୍ସା)
- ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ
- ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା (ପ୍ରାଥମିକ ଶିକ୍ଷା)
- ପଞ୍ଚସଖା ଶିକ୍ଷା ସେତୁ ଯୋଜନା (ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନ)
- ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା (ବିଦ୍ୟାଳୟରେ ନାମ ଲେଖା ବୃଦ୍ଧି ପାଇଁ)
- ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା (ସ୍କୁଲ ଡ୍ରପ ଆଉଟ୍ କମାଇବା ପାଇଁ)
- ଗୁଣାତ୍ମକ ଶିକ୍ଷାର ଆଧୁନିକୀକରଣ – ବିଶ୍ଵବିଦ୍ୟାଳୟ ଯୋଜନା (ଆଦିବାସୀ ଭାଷା ସଂରକ୍ଷଣ ଓ ପ୍ରୋତ୍ସାହନ ପାଇଁ)
- ଓଡ଼ିଆ ଉତ୍ତମ ଛାତ୍ରବୃତ୍ତି ଯୋଜନା (ପ୍ରତି ବର୍ଷ ୩୦ ପ୍ରତିଶତ ଏସସି ଏବଂ ଏସଟି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି)
- ଗୋଦାବରୀଶ ବିଦ୍ୟାର୍ଥୀ ପ୍ରୋତ୍ସାହନ ଯୋଜନାରେ ଲାପଟପ୍ ଦିଆଯିବ
- ଯୁବକ ମାନଙ୍କ ବିକାଶ ପାଇଁ ଯୁବ ଶକ୍ତି ଯୋଜନା
- ଖେଳ ରତ୍ନ ଖୋଜା ଅଭିଯାନ (ଭଲ କ୍ରୀଡାବିତ୍ ଖୋଜିବା ପାଇଁ)
- ଗ୍ରାମାଞ୍ଚଳ ଗରିବଙ୍କୁ ପକ୍କାଘର ଯୋଗାଇବା ପାଇଁ ଅନ୍ତ୍ୟୋଦୟ ଗୃହ ଯୋଜନା
- ଗ୍ରାମାଞ୍ଚଳ ପରିବହନ ଯୋଜନା
- ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା
- ସୁବହାକ କାର୍ଯ୍ୟକ୍ରମ (ଡ୍ରାଇଭର ମାନଙ୍କ ସୁବିଧା ପାଇଁ)
- ସେତୁ ବନ୍ଧନ ଯୋଜନା
- ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା (ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ)
- ଓଡ଼ିଶା ବିତରଣ ବ୍ୟବସ୍ଥା ସୁଦୃଢ଼ୀକରଣ ଯୋଜନା (ଲୋ ଭୋଲ୍ଟେଜ୍ ସମସ୍ୟା ଦୂର କରିବା ପାଇଁ)
- ଓଡ଼ିଶା ବିଦ୍ୟୁତ୍ ସଂଚାରଣ ବ୍ୟବସ୍ଥା ସୁଦୃଢ଼ୀକରଣ ଯୋଜନା (ବିଦ୍ୟୁତ୍ ସଂଚାରଣ ସୁଦୃଢ କରିବା ପାଇଁ)
- ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା
- ସୌର ଶକ୍ତି ପ୍ରୋତ୍ସାହନ ଯୋଜନା
- “ଉତ୍କର୍ଷ ଉତ୍କଳ” ନିବେଶ ସମ୍ମିଳନୀ (ଓଡ଼ିଶାରେ ଘରୋଇ ପୁଞ୍ଜିନିବେଶ ସହ ବିଦେଶୀ ପୁଞ୍ଜିନିବେଶ)
- ଶିଳ୍ପ କରିଡ଼ର ବିକାଶ ପାଇଁ ଆର୍ଥିକ ସହାୟତା ଯୋଜନା
- ଶିଳ୍ପପୁଞ୍ଜର ବିକାଶ ପାଇଁ ଆର୍ଥିକ ସହାୟତା ଯୋଜନା
- କନେକ୍ଟ ଓଡ଼ିଶା ଯୋଜନା – ମଲ୍ଟି ମୋଡ଼ାଲ ଲଜିଷ୍ଟିକ ପାର୍କ
- ମେଗା ଫୁଡ୍ ପାର୍କ ପାଇଁ ଆର୍ଥିକ ସହାୟତା ଯୋଜନା
- ରାଜ୍ୟ ରାଜଧାନୀ ଅଞ୍ଚଳରେ ଏଫଡିଆଇ ପାର୍କ ଯୋଜନା
- ଶିଳ୍ପାଞ୍ଚଳରେ ଦିନ ଦୟାଲ କର୍ମଚାରୀ ନିବାସ ଯୋଜନା (ଶ୍ରମିକ ମାନଙ୍କ ପାଇଁ ଘର)
- ଓଡ଼ିଶା ଷ୍ଟାର୍ଟଟପ୍ ଅଭିବୃଦ୍ଧି ପାଣ୍ଠିର ପରିକଳ୍ପନା – ୨୫ କୋଟି
- ଷ୍ଟାର୍ଟଅପ୍ ପଲିସି ଅଧିନରେ ଏମଏସଏମଇ ପାଇଁ ଆର୍ଥିକ ସହାୟତା – ୩୫ କୋଟି
- ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା
- ପ୍ରଗତି ପ୍ରବାହ ପତ୍ରିକା (ସରକାରୀ ଯୋଜନାର ପ୍ରଚାର ପ୍ରସାର ଓ ସଚେତନତା ପାଇଁ)
- ହେରିଟେଜ ବିକାଶ ଯୋଜନା
- ସମୃଦ୍ଧ କୃଷକ ଯୋଜନା – ୫ ହାଜର କୋଟି
- ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ
- ବନ୍ଧ ସୁରକ୍ଷା ଏବଂ ଉନ୍ନତିକରଣ ଯୋଜନା
- ସେଚାଞ୍ଚଳ ଉନ୍ନତିକରଣ ଓ ଜଳ ପରିଚାଳନା ଯୋଜନା
- ମୁଖ୍ୟମନ୍ତ୍ରୀ କେନାଲ ଲାଇନିଂ ଯୋଜନା
- ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନା
- ମୁଖ୍ୟମନ୍ତ୍ରୀ ବିପର୍ଯ୍ୟୟ ପ୍ରତିରୋଧ ଲୁଣି ବନ୍ଧ ପ୍ରକଳ୍ପ
- ସିଏମ୍ କିଷାନ ଯୋଜନା
Comments are closed.