କଟକ: ଆସନ୍ତା କାଲି ଠାରୁ ଧବଳେଶ୍ବର ପୀଠରେ ଆରମ୍ଭ ହେଉଛି ବଡଓଷା । ଏଥିପାଇଁ ଜିଲ୍ଲା ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ।
ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ମହାନଦୀ କୂଳରେ ୫ଟି ଡଙ୍ଗାର ବ୍ୟବସ୍ଥା କରାଯାଇଛି । ଏହାଛଡା ସୁରକ୍ଷା ଦୃଷ୍ଟିରୁ ଶ୍ରଦ୍ଧାଳୁଙ୍କ ଯାତାୟାତ ପାଇଁ କଟକ ଓ ଧବଳେଶ୍ବର ଥରେ ୬ଟି ଘାଟ ପ୍ରସ୍ତୁତ କରାଯାଇଛି । କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଘାଟ ଗୁଡିକରେ ଓଡ୍ରାଫ ଟିମ, ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
ଏହାଛଡା, ଧବଳେଶ୍ବରର ଝୁଲାପୋଲ ନିକଟରେ ସୁରକ୍ଷକର୍ମୀ ଓ ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯିବ । ଏହାସହ କୌଣସି ଅପ୍ରୀତିକର ପରିସ୍ଥିତିକୁ ସମ୍ଭାଳିବା ପାଇଁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ।
ଶ୍ରଦ୍ଧାଳୁଙ୍କ ସହାୟତା ପାଇଁ ଜିଲ୍ଲା ପ୍ରଶାସନ ଏନଏସଏସ ସ୍ବେଚ୍ଛାସେବୀ, ଏନସିସି କ୍ୟାଡଟ, ଏନଜିଓ ସ୍ବେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜିତ କରିବ ।
Comments are closed.