Latest Odisha News

ବସ୍ ରୁ ଗାଏବ ହେଲା ୫ଲକ୍ଷ ଟଙ୍କା ସହ ୧୭ କେଜି ରୂପା, ଥାନାରେ ଏତଲା

ଖଲ୍ଲିକୋଟ: ରୂପା ବ୍ୟବସାୟୀଙ୍କ ଠାରୁ ରୂପା ଲୁଟି ନେଲେ ଚୋରା। ବ୍ରହ୍ମପୁର ଠାରୁ କୋଲକାତା ଅଭିମୁଖେ ଯାଉଥିବା ଖମ୍ବେଶ୍ବରୀ ବସ୍‌ ରେ ଜଣେ ରୂପା ବ୍ୟବସାୟୀ ୧୭କେଜି ରୂପା ସହ ୫ଲକ୍ଷ ଟଙ୍କା ନେଇ କୋଲକାତା ଯାଉଥିବା ବେଳେ ବାଟରେ ହେଲା ଚୋରି। ଥାନାରେ ଏତଲା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

ସୂଚନା ଅନୁସାରେ, ଜାତୀୟ ରାଜପଥ -୧୬ ବ୍ରହ୍ମପୁର-ଭୁବନେଶ୍ବର ରାସ୍ତାର ଭେଜିପୁଟ ନିକଟରେ ଏକ ଯାତ୍ରୀବାହୀ ବସ୍‌ରୁ ଦୁର୍ବୃତ୍ତମାନେ ୭୦ କେଜି ରୁପା ସହ ୫ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଲୁଟେରା । ବ୍ରହ୍ମପୁର ଠାରୁ କଲକାତା ଅଭିମୁଖେ ଯାଉଥିବା ଖମ୍ବେଶ୍ବରୀ ବସରେ ଜଣେ ରୂପା ବ୍ୟବସାୟୀ କଲିକଟଭାଉଥିଲେ। ରାତି ପ୍ରାୟ ୧୦ଟା ୩୦ମିନିଟରେ ବସ୍‌ଟି ଭେଜିପୁରଠାରେ ଅଟକିଥିଲା।

ସେତେବେଳେ ବସରେ ଥିବା ରୂପା ବ୍ୟବସାୟୀ ନିଜ ସିଟରେ ବ୍ୟାଗଟିକୁ ରଖି ଖାଇବାପାଇଁ ଓହ୍ଲାଇଥିଲେ। ଏହି ସମୟରେ ଏକ କାର୍‌ରେ ବସ୍‌ର ପିଛା କରୁଥିବା ୫ଜଣ ଯୁବକ ଭେଜିପୁଟଠାରେ ବସ୍‌ରେ ପ୍ରବେଶ କରି ବ୍ୟବସାୟୀଙ୍କଠାରୁ ଉକ୍ତ ରୁପା ଭର୍ତ୍ତି ଗହଣା ବ୍ୟାଗ ଧରି କାର୍‌ରେ ଚମ୍ପଟ ମାରିଥିଲେ। ଏନେଇ ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ।

Comments are closed.